209 Views
ଭୁବନେଶ୍ୱର : ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗର ପରିଣାମ ଭୋଗୁଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି। ଫଳରେ ଉପାସରେ ରହିବେ ପ୍ରଭୁ। ଏହା ଶ୍ରଦ୍ଧାଳୁଙ୍କୁ ଖୁବ୍ ବ୍ୟଥିତ କରିଛି। ହେଲେ ଏଥିନିମନ୍ତେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି ୨ ନିଯୋଗର କର୍ମକର୍ତ୍ତା।
ସେମାନଙ୍କ କହିବାନୁଯାୟୀ, ଲିଙ୍ଗରାଜଙ୍କ ନୂଆଗାଁ ଜମିକୁ ହଡ଼ପ କରାଯାଉଛି। ସେଠାରେ ଜବରଦଖଲକାରୀମାନେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ସେମାନେ ସମ୍ପୂର୍ଣ୍ଣ ଭାବେ ଦୋଷ ଦେଇଛନ୍ତି। ଏହାକୁ ରୋକିବା ଲାଗି ପ୍ରଶାସନିକ ସ୍ତରର ଉଦାସୀନତାକୁ ସେମାନେ କଡ଼ା ସମାଲୋଚନା କରିଛନ୍ତି।