Sat. Mar 7th, 2026

ଆଜି ଇସ୍ତଫା ଦେଇ ପାରନ୍ତି ଭାରତ ସହ ସମ୍ପର୍କ ବିଗାଡ଼ି ଥିବା ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି

205 Views

ନୂଆଦିଲ୍ଲୀ: ଶାସକ ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିରେ ମନାନ୍ତର ‌ବୃଦ୍ଧି ପାଉଥିବା ବେଳେ ଆଜି ନେପାଳୀ ପ୍ରଧାନମନ୍ତ୍ରୀ କେପି ଓଲା ଇସ୍ତଫା ଦେବାର ସମ୍ଭାବନା ଥିବା ସୂଚନା ମିଳିଛି। ଆଜି ଅପରାହ୍ଣ ୪ଟା ବେଳେ ସେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଲାଗି ଶାସକ ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିରେ ଦାବି ଜୋର୍ ଧରିଛି। ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଆଞ୍ଚଳିକ ଦଳ ସହ ଭାରତ ଯୋଜନା କରୁଥିବା କଥା ସେ ଜୁନ୍ ୨୮ ତାରିଖ ଦିନ କହିବା ପରେ ତାଙ୍କ ଇସ୍ତଫା ଦାବି ଉଠିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଦୂତାବାସ ଏବଂ ହୋଟେଲ୍‌ମାନଙ୍କରେ ନାନାବିଧ କାର୍ଯ୍ୟକଳାପ ଚାଲିଛି।

‘ଦ ହିମାଲୟାନ୍ ଟାଇମ୍ସ’ ଖବରକାଗଜ ରିପୋର୍ଟ କରିଛି ଯେ, ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାଲୁୱାତର୍ ବାସଭବନରେ ଓଲି ଏବଂ ଏନ୍‌ସିପି’ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ଶୁକ୍ରବାର ଦିନ ସାକ୍ଷାତ୍ କରିଥିଲେ। କିନ୍ତୁ, ସେ ସାକ୍ଷାତ୍ ବିଷୟରେ କୌଣସି କଥା ପ୍ରଘଟ ହୋଇନାହିଁ।

By amfnews

Related Post