Tue. Dec 24th, 2024

ଆଜି ଆଲୋକର ପର୍ବ ଦୀପାବଳି, ରଙ୍ଗୀନ୍ ଆଲୋକମାଳାରେ ଆଲୋକିତ ହେଉଛି ଗାଁ ଠୁ ସହର

By amfnews Nov 14, 2020 #Featured
171 Views

ଭୁବନେଶ୍ୱର, ନଭେମ୍ବର ୧୪: ଆଜି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଗାଁରୁ ଆରମ୍ଭ କରି ସହର  ଚଳଚଞ୍ଚଳ ହୋଇଉଠିଛି । ବଡବଡୁଆ ଡାକରେ ପୂର୍ବପୁରୁଷଙ୍କୁ ମନେପକେଇବେ ଓଡ଼ିଆ । ଦୀପାବଳିକୁ ଆନନ୍ଦ ଓ ଉଲ୍ଲାସ ସହ ପାଳନ କରିବା ନିମନ୍ତେ ସମସ୍ତେ ଖୁସି ଅଛନ୍ତି । ଆଜି ଦୀପ ଓ ଲିଚୁ  ଆଲୋକରେ ସାରା ଘର ସଜେଇବାକୁ ସବୁ ଲାଗିପଡିଛନ୍ତି। 

ରାଜ୍ୟର ବିଭିନ୍ନ ଅଞ୍ଚଳରେ ମା’ କାଳୀଙ୍କ ମୃଣ୍ମୟୀ ମୃତ୍ତି ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଉଛି । କିନ୍ତୁ କରୋନା କଟକଣା ଦୃଷ୍ଟିରୁ ଆଜି   କିଛି ଟା ଫିକା ପଡିଛି । ଏଥର ବିନା ଜନଗହଳି ରେ  କାଳୀ ପୂଜା ପାଳନ ହେବ।   କରୋନା କଟକଣା ପାଇଁ ବାଣ ଫୁଟାଇବାକୁ ମନା କରାଯାଇଛି । କିନ୍ତୁ କେବଳ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।  ବଜାରରେ ବାଣ ଓ ଆଲୋକମାଳା କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଘରେ ସମସ୍ତଙ୍କୁ ମିଠା ଖୁଆଇ ଦୀପାବଳି ର ମଜା ନେଇ ଆନନ୍ଦେ ଏହି ପର୍ବ ପାଳନ କରାଯାଏ । ଦୀପାବଳି କୁ ନେଇ କମିଶନରେଟ୍ ପୋଲିସ ମଧ୍ୟ ଦୀପାବଳି ପାଇଁ ପ୍ରସ୍ତୁତ ରହିଛି ।  ଏନେଇ କଟକଣା ମଧ୍ୟ ଜାରି କରାଯାଇଛି ।

By amfnews

Related Post