133 Views
ପୁରୀ, ଫେବୃଆରୀ ୧୫ : ଆଜି ଅପରାହ୍ନରେ ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୌଠକରେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ ଯୋଜନାର ଚୁଡାନ୍ତ ପ୍ଲାନକୁ ଅନୁମୋଦନ କରାଯାଇପାରେ । ଏହା ସହ ଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ମଧ୍ୟ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ପରିଚାଳନା କିମିଟିର ଏହା ଶେଷ ବୈଠକ । ଶ୍ରୀମନ୍ଦିର ନେଇ ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ବାବଦରେ ମଧ୍ୟ ଏହି ବୌଠକରେ ଆଲୋଚନା ହୋଇପାରେ । ଏହାସହ ମନ୍ଦିର ସମ୍ବନ୍ଧରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଚାଳନା କମିଟି ଆଲୋଚନା କରି କିଛି ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ ।