Fri. Mar 6th, 2026

ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ,୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଲାଗିବ କରୋନା ଟୀକା ,

330 Views

ନୂଆଦିଲ୍ଲୀ, ମେ 1 : ଦେଶରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ  ଆରମ୍ଭ ହେବାକୁ ଯାଉଛି। ସାରା ଦେଶରେ ୧୮-୪୪ ବର୍ଷ ବୟସର ସମସ୍ତଙ୍କୁ କରୋନା ଟିକା  ମେ ୧ ରୁ ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ।

କରୋନା ବିରୋଧରେ ଯୁଦ୍ଧକୁ ଆହୁରି ତୀବ୍ର କରିବା ପାଇଁ କିଛି ପ୍ରାଇଭେଟ ହସ୍ପିଟାଲରେ ମଧ୍ୟ ଟୀକାକରଣ କରାଯିବ। ଆପୋଲୋ ଏବଂ ମ୍ୟାକ୍ସ ହସ୍ପିଟାଲ ଟୀକାକରଣ  କରିବେ ବୋଲି ସୂଚନା ଦେଇଛନ୍ତି ।ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ମାନଙ୍କର ଦାବି ଅନୁସାରେ ଟୀକା ଉପଲବ୍ଧ ହୋଇନାହିଁ।

ଅନେକ ରାଜ୍ୟରେ ଆଜି ଏହି ଟୀକାକରଣ ଅଭିଯାନ ଆରମ୍ଭ ହୋଇ ପାରୁନାହିଁ ଯେଉଁଥିରେ ଦିଲ୍ଲୀ ଅନ୍ତର୍ଭୁକ୍ତ।  ସେପ୍ଟେମ୍ବରରୁ ଆନ୍ଧ୍ରପ୍ରଦେଶ ଏହି ଟୀକାକରଣ ଅଭିଯାନ ଆରମ୍ଭ କରିବ ବୋଲି କହିଥିବା ବେଳେ ଉତ୍ତରପ୍ରଦେଶର କିଛି ଜିଲ୍ଲାରେ ଏହି ଟୀକାକରଣ ହେବ ବୋଲି ଘୋଷଣା ହୋଇଛି।  ଗୋଆ ସିଏମ୍ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ମେ ୧ ରୁ ଟୀକାକରଣ ଅଭିଯାନ ରାଜ୍ୟରେ ଆରମ୍ଭ ହେବ ନାହିଁ। 

ରାଜ୍ୟ ସରକାର ଏ ପର‌୍ୟ୍ୟନ୍ତ ଟିକା ଗ୍ରହଣ କରିନାହାଁନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୀକାକରଣ ସେଣ୍ଟର ଆଗରେ ଲମ୍ବ ଧାଡ଼ି ନ ଲଗାଇବାକୁ ଅପିଲ କରିଛନ୍ତି। ଦୁଇ ଦିନ ପରେ ଟିକା ଷ୍ଟକ୍ ଆସିବ ଏବଂ ତାପରେ ଦ୍ରୁତ ଗତିରେ ଟୀକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶରେ ବର୍ତ୍ତମାନ କେବଳ ୭ ଟି ଜିଲ୍ଲା ଟୀକାକରଣ କରାଯିବ।  ଏଥି ମଧ୍ୟରେ ଲକ୍ଷ୍ନ, କାନପୁର, ପ୍ରୟାଗରାଜ, ବାରାଣାସୀ, ଗୋରଖପୁର, ମେରଟ ଏବଂ ବରେଲି ଅନ୍ତର୍ଭୁକ୍ତ । ଗୁଜୁରାଟ ମଧ୍ୟ ଆଜି କେବଳ ୧୦ ଟି ଜିଲ୍ଲାରେ ଟୀକାକରଣ ହେବ। ମେ ୧୫ ସୁଦ୍ଧା ରାଜ୍ୟକୁ ଟୀକା ସ୍ଟକ ଉପଲବ୍ଧ ହେଲେ ଟୀକାକରଣ କୁ ତୀବ୍ର କରାଯିବ। ବିଭିନ୍ୟ ରାଜ୍ୟକୁ ପର‌୍ୟ୍ୟାୟ କ୍ରମେ ଟୀକା ଉପଲବ୍ଧ କରାଯିବ ପୂର୍ବରୁ ଟୀକା ଉତ୍ପାଦନ କମ୍ପାନୀ ଗୁଡିକ ପୂର୍ବରୁ ସ୍ପଷ୍ଟ କରିଛନ୍ତି

By amfnews

Related Post