Tue. Dec 24th, 2024

ଆଜିଠୁ ଖୋଲୁଛି ନବମ ଓ ଏକାଦଶ ଶ୍ରେଣୀ, ଆରମ୍ଭ ହେବ କ୍ଲାସରୁମ ପାଠ ପଢା

By amfnews Feb 8, 2021 #Featured
163 Views

ଭୁବନେଶ୍ୱର, ଫେବୃଆରୀ 08 : ଆଜିଠୁ ଖୋଲୁଛି ନବମ ଓ ଏକାଦଶ ଶ୍ରେଣୀ  । ଆରମ୍ଭ ହେବ କ୍ଲାସରୁମ ପାଠ ପଢା  । ରାଜ୍ୟରେ କିଛି ଦିନ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ  ପାଠପଢା ଚାଲିଥିବା ବେଳେ ଦୀର୍ଘ 11 ମାସ ପରେ ଆଜିଠୁ ନବମ ଓ ଏକାଦଶ ଶ୍ରେଣୀ  କ୍ଲାସରୁମ ପାଠପଢା ଆରମ୍ଭ ହେବ  ।

କରୋନା ମହାମାରୀ ଲକଡାଉନ ଶିକ୍ଷାକ୍ଷେତ୍ର ଉପରେ ବହୁତ ପ୍ରଭାବ ପକାଇଛି  । ଏହାରି ଭିତରେ ଆଜିଠୁ ନବମ ଓ ଏକାଦଶ ପିଲାଙ୍କ ସ୍କୁଲ୍ ଖୋଲାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ  ଘୋଷଣା କରିଛନ୍ତି  ।  ଏହି ପାଠ ପଢା ଆଜିଠୁ ଆରମ୍ଭ ହୋଇ ଏପ୍ରିଲ 30 ଯାଏଁ ଚାଲିବ  । ଦୈନିକ 2 ଘଣ୍ଟା ପାଠ ପଢା ହେବ  । ସୋମବାରରୁ ଶନିବାର ସକାଳ 8.30 ରୁ 10 .30 ଯାଏଁ କ୍ଲାସ ହେବ  । ରବିବାର ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠ ପଢା ହେବ ନାହିଁ  । ପୂର୍ବରୁ ପରୀକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲାଯାଇଥିଲା ସ୍କୁଲ ।

By amfnews

Related Post