111 Views
ପଟ୍ଟାମୁଣ୍ଡାଇ : ଆଜିଠୁ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ। ବଉଳା କୁମ୍ଭୀରର ପ୍ରଜନନ ପାଇଁ ଗତ ମେ’ ୧ ତାରିଖରୁ ଜୁଲାଇ ୩୧ ଯାଏ ଅଭୟାରଣ୍ୟ ବନ୍ଦ ରହିଥିଲା।
ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ୨୩ଟି ଘରୋଇ ଓ ୫ଟି ସରକାରୀ ବୋଟ୍ର ବ୍ୟବସ୍ଥା କରାଯାଇଛି। ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତା ଦେଇ ପର୍ଯ୍ୟଟକ ଅଭୟାରଣ୍ୟକୁ ଆସିପାରିବେ।
ଏଥିସହିତ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ଫଟୋ ପରିଚୟ ପତ୍ର ଓ ବୋଟ୍ରେ ଯିବା ବେଳେ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।