Sun. Jun 15th, 2025

ଆଜିଠାରୁ ବିଜେପିର ୨ ଦିନିଆ ମହାଧିବେଶନ, ପ୍ରଧାନମନ୍ତ୍ରୀ ମୋଦୀ କରିବେ ଉଦଘାଟନ

By amfnews Jan 11, 2019 #Featured
159 Views

ନୂଆଦିଲ୍ଲୀ, ଜାନୁଆରୀ ୧୧ : ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାମଳୀଲା ପଡ଼ିଆରେ ଶୁକ୍ରବାର ଠାରୁ ୨ ଦିନିଆ ବିଜେପିର ମହାଧିବେଶନ ଆରମ୍ଭ ହେଉଛି । ପାଖାପାଖି ୧୩ ହଜାର ନେତାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ । ପାର୍ଟି ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷୀୟ ଭାଷଣରୁ ମହାଧିବେଶନ ଆରମ୍ଭ ହେବ । ବୈଠକରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ, ସଂସଦୀୟ ବୋର୍ଡର ସଦସ୍ୟ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ, ରାଷ୍ଟ୍ରୀୟ ପରିଷଦର ସଦସ୍ୟ, ସମସ୍ତ ମେୟର ଏବଂ ଜିଲ୍ଲାସ୍ତରୀୟ ନେତା ସାମିଲ ହେବେ ।

ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଧ୍ୱଜାରୋହଣ ହେବ । ଏହା ପରେ ଦୀପ ଜଳାଇ ବନ୍ଦେ ମାତାରମ୍‌ ଗାନ ହେବ । ପୁଣି ଅମିତ ଶାହ ଅଧ୍ୟକ୍ଷୀୟ ଭାଷଣରେ ୨୦୧୯ ଲୋକସଭା ନିର୍ବଚନ ପାଇଁ ପ୍ରସ୍ତୁତି ସଂପର୍କୀତ ଆହ୍ୱାନ ଦେବେ । ସୂତ୍ର ଅନୁସାରେ ମହାଧିବେଶନରେ ୩ ପ୍ରସ୍ତାବ ପାରିତ ହେବ । କୁହାଯାଉଛି ଯେ, ରାଜନୈତିକ ପ୍ରସ୍ତାବ ବ୍ୟତୀତ ଏକ ଧନ୍ୟବାଦ ପ୍ରସ୍ତାବ ହେବ । ଧନ୍ୟବାଦ ପ୍ରସ୍ତାବରେ ଆର୍ଥିକ ଆଧାରରେ ସାଧାରଣ ବର୍ଗଙ୍କୁ ଦିଆଯାଇଥିବା ସଂରକ୍ଷଣ ପାଇଁ ମୋଦୀ ଧନ୍ୟବାଦ ଜଣାଇବେ । ମହାଧିବେଶନର ଅନ୍ୟତମ ଲକ୍ଷ୍ୟ ହେବ ଯେ, ୨୦୧୪ ଲୋକସଭା ନିର୍ବାଚନ ଠାରୁ ମଧ୍ୟ ୨୦୧୯ରେ ଅଧିକ ଆସନରେ ଜିତିବା ।

ଏହି ବୈଠକ ଜନତାନ୍ତ୍ରିକ ମେଣ୍ଟ (ଏନଡିଏ) ଠାରୁ ତେଲୁଗୁ ଦେଶମ ପାର୍ଟି, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି, ଆସାମ ଗଣ ପରିଷଦ ଅଲଗା ହେବ ତଥା ଶିବସେନା, ଅପନା ଦଳ, ଓମପ୍ରକାଶ ରାଜଭରଙ୍କ ନେତୃତ୍ୱରେ ଭାରତୀୟ ସୁହେଲଦେବ ସମାଜ ପାର୍ଟି ସହିତ ସଂପର୍କର ପୃଷ୍ଠଭୂମିରେ ହେଉଛି ।

By amfnews

Related Post