Fri. Mar 6th, 2026

ଆଗୁଆ ନିର୍ବାଚନ ସମ୍ଭାବନା ଟଳିଲା! ଘୋଷଣା ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

355 Views

ନୂଆଦିଲ୍ଲୀ: ଶନିବାର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇପାରେ। ଆଜି ଅପରାହ୍ଣରେ ନିର୍ବାଚନ କମିସନ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏହି ସମ୍ମିଳନୀରେ ନିର୍ବାଚନ କମିସନ ୫ଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ବୋଲି ଆକଳନ କରାଯାଉଛି। ଏଣୁ ଏକ ସଙ୍ଗେ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବା ନେଇ ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ତାହାର ଆପାତତଃ ଅନ୍ତଃ ଘଟିଛି।

ଶନିବାର ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମ ଓ ଛତିଶଗଡରେ ନିର୍ବାଚନ ଲାଗି ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହ ନିର୍ବାଚନୀ ଆଚରଣ ବିଧି ଲାଗୁ ତାରିଖ ମଧ୍ୟ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ଇତି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପ୍ରଚାରକୁ ଜୋର କରିଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ଏକ ବିଶାଳ ରାଲିରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ମଧ୍ୟପ୍ରଦେଶରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗସ୍ତ ଉପରେ ସାରା ଦେଶର ରହିଛି ନଜର। ଉଭୟ ଦଳର ଟାର୍ଗେଟରେ ଆଦିବାସୀ ଓ ଜନଜାତିର ଭୋଟର ରହିଥିବା ସୂଚନା ମିଳିଛି। ଏହା ସହ ନିର୍ବାଚନରେ କିପରି ଭାବରେ ଦଳୀୟ ନେତାମାନେ ବିଜୟ ହେବେ ସେ ନେଇ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି କସରତ।

By amfnews

Related Post