Sun. Mar 8th, 2026

ଆଗାମୀ ୨୦ ବର୍ଷ ମଧ୍ୟରେ ଭାରତକୁ ଦରକାର ପଡ଼ିବ ୨୩୦୦ ବିମାନ: ବୋଇଂ

263 Views

ନୂଆଦିଲ୍ଲୀ, ଡିସେମ୍ବର ୨୦ : ଭାରତକୁ ଆଗାମୀ ୨୦ ବର୍ଷ ମଧ୍ୟରେ ୨୩୦୦ ବିମାନ ଦରକାର ପଡ଼ିବ। ଏଥିରେ ୮୫ ପ୍ରତିଶତ ଛୋଟ ବିମାନ ସାମିଲ ହୋଇଥିବା ବେଳେ ବାକି ସବୁ ବଡ଼ ବିମାନ। ଟଙ୍କା ଆକାରରେ ଏହି ବିମାନଗୁଡ଼ିକର ମୂଲ୍ୟ ୨୨ ଲକ୍ଷ ୪୦ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବର୍ଷ ୨୦୧୮ରୁ ୨୦୩୭ ମଧ୍ୟରେ ବିମାନଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ଅନୁମାନ କରାଯାଉଛି।

ବିମାନ କମ୍ପାନି ‘ବୋଇଂ’ ଅନୁସାରେ ଭାରତକୁ ଏହି ଅବଧିରେ ୨୨୦ ମିଲିୟନ ଡଲାର ମୂଲ୍ୟର ୧୯୪୦ ସିଙ୍ଗିଲ ଅଏଲ (୨ ସିଟ୍‌ ମଧ୍ୟରେ ଏକ ଖାଲି ରାସ୍ତା ଥିବା ଛୋଟ ବିମାନ) ବିମାନ ଆବଶ୍ୟକ ହେବ। ସେହିଭଳି ୧୦୦ ମିଲିୟନ ଡଲାରର ୩୫୦ ବଡ଼ ବିମାନ ଦରକାର ପଡ଼ିବ।

ବର୍ଷ ୨୦୧୮ରୁ ୨୦୩୭ ମଧ୍ୟରେ ଏକ ମିଲିୟନ ଡଲାରରୁ କମ୍‌ ମୂଲ୍ୟର ୧୦ ଆଂଚଳିକ ଜେଟ ବିମାନ ଭାରତକୁ ଆବଶ୍ୟକ ପଡ଼ିବ। ବୋଇଂ ବ୍ୟବସାୟିକ ବିମାନର ବରିଷ୍ଠ ଉପ-ସଭାପତି (ଏସିଆ ପ୍ରଶାନ୍ତ ଏବଂ ଭାରତ ବିକ୍ରି) ଦିନେଶ କେସକର କହିଛନ୍ତି, ଭାରତର ଦ୍ରୁତ ଗତିରେ ବିକାଶ ହେଉଛି। ଭାରତରେ ବିମାନ ଯାତ୍ରୀ ସଂଖ୍ୟା ବଢ଼ିଥିଲେ ମଧ୍ୟ ବିମାନ କମ୍ପାନୀମାନଙ୍କୁ ଲାଭ ହେଉ ନାହିଁ। ଭାରତ ବିଶ୍ୱର ସବୁଠାରେ ଦ୍ରୁତ ଗତିରେ ବଢୁଥିବା ଘରୋଇ ବିମାନର ବଜାର ପାଲଟିଛି। ଗତ ଅକ୍ଟୋବରରେ ଭାରତ କ୍ରମାଗତ ଭାବରେ ୫୦ତମ ମାସରେ ୧୦ ପ୍ରତିଶତ ଅଧିକ ବୃଦ୍ଧି ହୋଇଛି।

By amfnews

Related Post