Sat. Mar 7th, 2026

ଆକାଶମାର୍ଗରୁ କେରଳ ବନ୍ୟା ପରିସ୍ଥିତି ସର୍ଭେ କରି ପୀଡ଼ିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

325 Views

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ କେରଳ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ସାଙ୍ଘାତିକ ଆହତମାନଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଧାମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌ରୁ ଘୋଷଣା କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟାନ, ରାଜ୍ୟପାଳ ପି ଶତଶିବମ୍‌ ଏବଂ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ ଜେ ଆଲ୍‌ଫୋନ୍‌ସ୍‌ ପ୍ରଧାମନ୍ତ୍ରୀଙ୍କ ସହ ଆକାଶମାର୍ଗ ପରିଦର୍ଶନ ବେଳେ ଥିଲେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବନ୍ୟା ପରିସ୍ଥିତିର ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବେଠକରେ ମୁଖ୍ୟମନ୍ତ୍ରୀ ବିଜୟନ୍‌, କେ ଜେ ଆଲ୍‌ଫୋନସ୍‌ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବସିଥିଲେ। ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ।ସର୍ଭେ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳେ ତିରୁବନନ୍ତପୁରମ୍‌ ବିମାନ ବନ୍ଦରରୁ ଯାଇ କୋଚିରେ ପହଞ୍ଚିଥିଲେ।

By amfnews

Related Post