Sun. Nov 24th, 2024

ଆଇପିଏଲ: ୧୮ରେ ଖେଳାଳିଙ୍କ ନିଲାମୀ

By amfnews Dec 4, 2018 #Featured
192 Views

ନୂଆଦିଲ୍ଲୀ, ଡିସେମ୍ବର ୦୪: ‘ଇଣ୍ଡିଆନ ପ୍ରିମିୟର ଲିଗ’ର ୨୦୧୯ ସଂସ୍କରଣ ପାଇଁ ଆଗାମୀ ଡିସେମ୍ବର ୧୮ରେ ଜୟପୁରରେ ଖେଳାଳିଙ୍କ ନିଲାମୀ ହେବ । ଖେଳ ସହିତ ମନୋରଂଜନ ଯୋଗାଉଥିବା ଆଇପିଏଲ ନିଲାମୀ ପାଇଁ ପୂର୍ବରୁ ବେଙ୍ଗାଲୁରୁକୁ ବଛା ଯାଇଥିଲା, ମାତ୍ର ଏବେ ଏହା ପିଙ୍କ ସିଟିରେ ଆୟୋଜନ ହେବ ବୋଲି ଆୟୋଜକ ପକ୍ଷରୁ ସୋମବାର ଘୋଷଣା କରାଯାଇଛି ।

ନିଲାମୀରେ ୮ଟି ଟିମର ୭୦ ଜଣ କ୍ରିକେଟର ଅଂଶଗ୍ରହଣ କରିବେ । ଏମାନଙ୍କ ମଧ୍ୟରୁ ୫୦ ଜଣ ଭାରତୀୟ ହୋଇଥିବା ବେଳେ ଅନ୍ୟମାନେ ବିଦେଶରୁ ଯୋଗଦେବେ । ମୋଟ ୧୪୫.୨୫ କୋଟି ଟଙ୍କାର ନିଲାମୀ କରାଯିବ । ନିଲାମୀ ନେଇ ଗତ ମାସରେ କିଛି ଟିମ ସେମାନଙ୍କ ଖେଳାଳିଙ୍କ ବାବଦରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଭିଭୋ ଆଇପିଏଲରେ ୧୩୦ ଖେଳାଳି ଯୋଗଦେଉଥିବା ବେଳେ ଏଥିରୁ ୪୪ ଜଣ ହେଉଛନ୍ତି ବିଦେଶୀ ।

ଯୁବରାଜ ସିଂହ ଆସନ୍ତା ଆଇପିଏଲ ସଂସ୍କରଣରେ କିଙ୍ଗ ଏକ୍ସଆଇ ପଞ୍ଜାବରେ ଖେଳିବେ ନାହିଁ । ସେହିଭଳି ଗୌତମ ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ ଜାଭେଦ ଉନାଦକଟଙ୍କୁ ରାଜସ୍ଥାନ ରୋୟାଲ୍ସ ନିଜ ଟିମରେ ସାମିଲ କରି ନାହିଁ ।

ସୂଚନାଯୋଗ୍ୟ ଯେ, ଦେଶର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଗାମୀ ଆଇପିଏଲର ଆୟୋଜନ ବିଦେଶରେ ଅଥବା କିଛି ମ୍ୟାଚ ବିଦେଶରେ ହୋଇପାରେ ।

By amfnews

Related Post