Sun. Mar 8th, 2026

ଆଇପିଏଲ୍‌ ୨୦୧୯: ଆର୍‌ସିବି ମ୍ୟାଚ୍‌ ଆୟ ପୁଲ୍‌ଓ୍ଵାମା ସହିଦଙ୍କ ପରିବାରବର୍ଗଙ୍କୁ ଦାନ କରିବ ସିଏସ୍‌କେ

292 Views

ଚେନ୍ନାଇ: ଏ ବର୍ଷର ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ସଂସ୍କରଣର ହୋମ୍‌ ମ୍ୟାଚ୍‌ର ଆୟ ପୁଲ୍‌ଓ୍ଵାମା ଆକ୍ରମଣରେ ସହିଦଙ୍କ ପରିବାରବର୍ଗଙ୍କୁ ଦାନ କରାଯିବ ବୋଲି ଚେନ୍ନାଇ ସୁପର୍‌ କିଙ୍ଗ୍‌ର ନିର୍ଦେଶକ ବୁଧବାର ଦିନ କହିଛନ୍ତି।

ସିଏସ୍‌କେ ନିର୍ଦେଶକ ରାକେଶ ସିଂହ କହିଛନ୍ତି: ରୟଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ୍‌ ମଧ୍ୟରେ ଚେପାଉକ୍‌ ଠାରେ ମାର୍ଚ ୨୩ ତାରିଖରେ ହେବାକୁ ଥିବା ମ୍ୟାଚ୍‌ ଲାଗି ଟିକିଟ୍‌ ବିକ୍ରି ଆୟ ଫେବ୍ରୁଆରି ୧୪ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣ ଘଟନାରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ କର୍ମଚାରୀଙ୍କ ଆତ୍ମୀୟମାନଙ୍କୁ ଦାନ କରାଯିବ।

ଇଣ୍ଡିଆନ୍‌ ଟେରିଟରିୟାଲ୍‌ ଆର୍ମିର ଅବୈତନିକ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଥିବା ଆମ କ୍ୟାପ୍‌ଟେନ୍‌ ଧୋନି ସେ ଚେକ୍‌ ପ୍ରଦାନ କରିବେ।

ଉକ୍ତ ମ୍ୟାଚ୍‌ ନିମନ୍ତେ ବିକ୍ରୟ ଆରମ୍ଭର ପ୍ରଥମ ଦିନର ମାତ୍ର କେଇ ଘଣ୍ଟା ମଧ୍ୟରେ ହିଁ ସମସ୍ତ ଟିକିଟ୍‌ ବିକ୍ରି ହୋଇ ଯାଇଥିଲା।

ପାକିସ୍ତାନରେ ଥିବା ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଦ୍ୱାରା ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଠାରେ କରାଯାଇଥିବା ଆକ୍ରମଣ ଯୋଗୁଁ ୪୦ ଜଣ ସିଆର୍‌ପିଏଫ୍‌ କର୍ମଚାରୀ ସହିଦ ହୋଇଥିଲେ।

By amfnews

Related Post