Fri. Mar 6th, 2026

ଆଇପିଏଲରୁ ବାହାରିଲେ କେଦାର ଯାଧବ

438 Views

ଚେନ୍ନାଇ ସୁପର କିଙ୍ଗ୍ସର ମଧ୍ୟ କ୍ରମ ବ୍ୟାଟସମ୍ୟାନ କେଦାର ଯାଧବଙ୍କ ମାଂସପେଶୀ ଟାଣି ଧରିବାରୁ ସେ ଆଇପିଏଲର ୧୧ ତମ ସଂସ୍କରଣରୁ ବାହାରି ଯାଇଛନ୍ତି। ଓ୍ଵେବସାଇଟ୍ ଇଏସପିଏନ କ୍ରିକଇନଫୋର ରିପୋର୍ଟ ଅନୁସାରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଶନିବାର ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଯାଧବଙ୍କ ମାଂସପେଶୀ ଟାଣି ଧରିଥିଲା।

ଏହା ପରେ ସେ ୧୩ ତମ ଓଭରରେ ପଞ୍ଚମ ବଲରେ ପଡିଆ ବାହାରକୁ ଚାଲି ଯାଇଥିଲେ। ଯାଧବ ପୁଣି ଥରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲେ। ସେ ଶେଷ ଓଭରରେ ଚତୁର୍ଥ ବଲରେ ଛକା ଓ ପଞ୍ଚମ ବଲରେ ଚୌକା ଲଗାଇ ଚେନ୍ନାଇକୁ ଜିତାଇଥିଲେ।

ଚେନ୍ନାଇର ସୁପର କିଙ୍ଗ୍ସର ବ୍ୟାଟିଂ କୋଚ୍ ମାଇକ ହସି କହିଛନ୍ତି, ଯାଧବ ଲିଗରୁ ବାହାର ହେବା ଆମ ପାଇଁ ବହୁତ ବଡ଼ କ୍ଷତି। ମଧ୍ୟ କ୍ରମରେ ସେ ଆମର ପ୍ରମୁଖ ଖେଳାଳି ଥିଲେ। ଚେନ୍ନାଇ ଚଳିତ ଜାନୁଆରୀରେ ହୋଇଥିବା ନିଲାମରେ ଯାଧବଙ୍କୁ ୭.୮ କୋଟି ଟଙ୍କାରେ କିଣିଥିଲା।

ସିଏସକେ ଏବେ ନିଜର ପରବର୍ତ୍ତୀ ମ୍ୟାଚ୍ ମଙ୍ଗଳବାର କୋଲକାତା ନାଇଟ ରାଇଡର୍ସ ବିରୋଧରେ ଚେନ୍ନାଇର ଏମ.ଏ. ଚିଦମ୍ବରମ ଷ୍ଟାଡିୟମରେ ଖେଳିବ। ଉଲ୍ଲେଖଯୋଗ୍ୟ ଚେନ୍ନାଇ ଆଇପିଏଲ ୧୧ରେ ବିଜୟ ସହିତ ନିଜର ଅଭିଯାନ ଆରମ୍ଭ କରିଛି। ଚେନ୍ନାଇ ଶନିବାର ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ମୁମ୍ବାଇକୁ ଏକ ଓ୍ଵିକେଟରେ ପରାସ୍ତ କରିଥିଲା।

Related Post