Tue. Apr 22nd, 2025

ଆଇଟି ରିଫଣ୍ଡ୍‌ ମେସେଜ୍‌ରେ କ୍ଲିକ୍‌ କରି ୧. ୫ ଲକ୍ଷ ଟଙ୍କା ହରାଇଲେ ବ୍ୟକ୍ତି

By amfnews Aug 11, 2019 #Featured
331 Views

ମୁମ୍ବାଇ  : ଆୟକର ଫେରସ୍ତ ମେସେଜ୍‌ରେ କ୍ଲିକ୍‌ କରିବା ପରେ ପୋଓ୍ଵାଇର ଜଣେ ବ୍ୟକ୍ତି ୧. ୫ ଲକ୍ଷ ଟଙ୍କା ହରାଇଛନ୍ତି। କିଛି ଦିନ ତଳେ ତାଙ୍କ ଫୋନ୍‌କୁ ଟିକସ ଫେରସ୍ତ ସଂକ୍ରାନ୍ତ ଆସିଥିଲା, ସେ ତାହାକୁ କ୍ଲିକ୍‌ କରିଥିଲେ।

କ୍ଲିକ୍‌ କରିବା କ୍ଷଣି ମାବାଇଲ୍‌ ଆପ୍ଲିକେସନ୍‌ ଆପଣାଛାଏଁ ଡାଉନ୍‌ଲୋଡ୍‌ ହୋଇଯାଇଥିଲା। କିଛି ଷଡ଼ଯନ୍ତ୍ର ହୋଇଛି ବୋଲି ସନ୍ଦେହ କରି ଅରୂପ ବାନାର୍ଜୀ ନାମକ ସେ ବ୍ୟକ୍ତି ମେସେଜ୍‌ ଓ ଆପ୍‌କୁ ଡିଲିଟ୍‌ କରି ଦେଇଥିଲେ। କିନ୍ତୁ ପରଦିନ ସେ ଜାଣିଲେ ଯେ ତାଙ୍କ ଫୋନ୍‌ ହ୍ୟାକ୍‌ କରାଯାଇ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି। ତୁରନ୍ତ ସେ ବ୍ୟାଙ୍କ୍‌କୁ ଫୋନ୍‌ କରି ତାଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କରାଇଦେଲେ।

ଏହା ପରେ ସେ ପୋଓ୍ଵାଇ ଥାନାକୁ ଯାଇ ବୁଧବାର ଦିନ ମାମଲା ରୁଜୁ କରାଇଲେ। ଶାନ୍ତକ୍ରୁଜ୍‌ର ଏକ ଘରୋଇ ଫାର୍ମରେ କାମ କରୁଥିବା ବାନାର୍ଜୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ କାମରେ ଥିବାବେଳେ ସେ ମେସେଜ୍‌ ପାଇଥିଲେ। ଅପରାଧୀକୁ ଧରିବା ପାଇଁ ପୋଓ୍ଵାଇ ପୁଲିସ ସାଇବର୍‌ ଏକ୍ସପର୍ଟଙ୍କ ସହାୟତା ମାଗିଛି। ଏହାପରେ ସେ ବ୍ୟାଙ୍କ୍‌ର ହରିହରନନ୍ଦି ଶାଖାକୁ ଯାଇ ଅଭିଯୋଗ ଦାଏର କରିଥିଲେ। ବ୍ୟାଙ୍କ୍‌ ଅଧିକାରୀ କହିଥିଲେ କି, ସେ ହରାଇଥିବା ଟଙ୍କା ଦୁଇଟି ଆକାଉଣ୍ଟ୍‌କୁ ଯାଇଛି।

By amfnews

Related Post