Sat. Mar 7th, 2026

ଆଇଜିଏଚ୍ ଡାକ୍ତରଙ୍କ ଦ୍ୱାରା ବାଳକର ଅମୂଲ୍ୟ ଜୀବନରକ୍ଷା

268 Views

ରାଉରକେଲା, ୧ା୧୨  : ଆର୍ଏସ୍ପି ଅଧିନସ୍ଥ ଇସ୍ପାତ ଜେନେରାଲ ହସ୍ପିଟାଲର ଡାକ୍ତରମାନଙ୍କ ପ୍ରଶଂସନୀୟ ପ୍ରୟାସ ଫଳରେ ରାଜଗାଙ୍ଗପୁର ନିବାସୀ ବିଧାନ ଚନ୍ଦ୍ର ମହାରଣା ଓ ସୁଲଗ୍ନା ମହାରଣାଙ୍କ ୧୧ ବର୍ଷର ପୁଅ ପ୍ରତ୍ୟୁଷ ମହାରଣା ଏକ ଜଟିଳ ସ୍ଥିତିରୁ ମୁକୁଳି ଆସିପାରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳେ ସାଇକେଲ୍ରେ ଘରକୁ ଆସୁଥିବା ବେଳେ ଏକ ବିପଜ୍ଜନକ ସଡକ ଦୁର୍ଘଟଣାରେ ପ୍ରତ୍ୟୁଷ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ତାଙ୍କୁ ସେଠାରୁ ଆଇଜିଏଚ୍କୁ ପଠାଇ ଦିଆଯାଇଥିଲା ।

ଅପରାହ୍ନ ୪ଟାରେ ପ୍ରତ୍ୟୁଷଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା । ପ୍ରତ୍ୟୁଷ ଅଚେତ ଅବସ୍ଥାରେ ଥିଲେ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଓ ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରୁଥିଲେ । ତୁରନ୍ତ ତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ଡାହାଣ ହାତ ଫ୍ରାକ୍ଚର ଜଣାପଡିବା ସହ ଉଭୟ ଫୁସ୍ଫୁସ୍ରେ ଆଘାତ ହୋଇ ରକ୍ତ ଜମାଟ ବାନ୍ଧି ଯାଇଥିଲା । ଏହି ଜମାଟ ରକ୍ତ ନିର୍ଗମନ ନିମନ୍ତେ ଉଭୟ ଫୁସ୍ଫୁସ୍ରେ ଆନ୍ତଃ କୋଷ୍ଟାଲ ଡ୍ରେନେଜ ବ୍ୟବସ୍ଥା କରାଯାଇଥିଲା ।

ଆନେସ୍ଥେସିଆ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା.ଏନ୍.ପି. ସାହୁ, ଆନେସ୍ଥେସିଆ ବିଭାଗର ବରିଷ୍ଠ ଉପନିର୍ଦ୍ଦେଶିକା ଡା.ରାଜଲ%A

By amfnews

Related Post