Tue. Dec 24th, 2024

ଅହମଦାବାଦରେ ଓଡିଆ ଯୁବକ ମୃତ ଘଟଣା: ୪ଦିନରେ ପହଞ୍ଚିଲା ଶବ, ଗାଁ ସ୍ମଶାନରେଶେଷ କୃତ୍ୟ ସମ୍ପନ୍ନ

181 Views

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ସିମିନଈ ଗ୍ରାମର ପପୁ ରାଉତଙ୍କର ଗୁଜୁରାଟର ଅହମଦାବାଦରେ ଥିବା ଏକ ପ୍ଲାଟିକ କାରଖାନାରେ କାର୍ଯ୍ୟ କରୁଥିବା ବେଳେ ସେଠାରେ ବିଦ୍ୟୁତ୍ ଆଘାତରେ ତାର ମୃତ୍ୟୁ ଘଟିଥିଲା । ଦିର୍ଘ ୪ଦିନ ପରେ ପପୁର ମୃତ ଶରୀର ଗ୍ରାମରେ ପହଞ୍ଚିବା ପରେ ଏକ ଶୋକକୂଳ ପରିବେଶରେ ତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାର ଜଣାପଡିଛି ।

ଅହମବାଦରେ ଥିବା କୋରିଅର ପ୍ଲାଟିକ୍ କାରଖାନାରେ କାର୍ଯ୍ୟକରୁଥିବା ବେଳେ  ସିମିନଈ ଗ୍ରାମର ସ୍ୱର୍ଗତ ହୃଦାନନ୍ଦ ରାଉତଙ୍କ ସାନ ପୁଅ ପପୁ ରାଉତ(୨୧)ଗତ ମଙ୍ଗଳବାର ରାତ୍ରିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବାର ଜଣାପଡିଥିଲା । ପପୁର ମୃତ୍ୟୁପରେ  ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ଶେଷରେ ଦିର୍ଘ ୪ଦିନ ପରେ ର ଶନିବାର ସକାଳେ ପପୁର ମୃତ ଶରୀରକୁ ଏକ ଆମ୍ବୁଲାନସ ଯୋଗେ ଅହମଦାବାଦରୁ ଗ୍ରାମକୁ ଅଣାଯାଇଥିଲା । ଶନିବାର ତାର ଶବ ଗ୍ରାମରେ ପହଞ୍ଚିବାପରେ ଏକ ଶୋଭାଯାତ୍ରାରେ ତାକୁ ନିଆଯାଇ ଗ୍ରାମ ଶ୍ମଶାନ୍ନରେ ଦାହ କରାଯାଇଥିବାର ଜଣାପଡିଛି ।ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପପୁର ପରିବାରକୁ ସହାୟତା ଦେବା ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Related Post