Sat. Mar 7th, 2026

ଅସ୍ତ୍ରୋପଚାର ସମୟରେ ଶିଶୁର ମୃତ୍ୟୁ, ଲୋକଲଜ୍ଜା ସହି ନପାରି ଆତ୍ମହତ୍ୟା କଲେ କେରଳର ଡାକ୍ତର

323 Views

କେରଳ, ଅକ୍ଟୋବର ୦୩ : ଅସ୍ତ୍ରୋପଚାର ସମୟରେ ୭ ବର୍ଷ ଶିଶୁର ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ନିନ୍ଦାକୁ ସହିନପାରି ନିଜ ବାଥରୁମରେ ‘Sorry’ ଲେଖି ଦାୟିତ୍ବରେ ଥିବା କେରଳର କୋଲ୍ଲମ ଜିଲ୍ଲାରେ ଜଣେ ଡାକ୍ତର ଡାକ୍ତର ଆତ୍ମହତ୍ୟା କରିଛନ୍ତି । କିଛି ଦିନ ପୂର୍ବରୁ ଅସ୍ତ୍ରୋପଚାର ସମୟରେ ଶିଶୁର ମୃତ୍ୟୁ ହୋଇଥିଲା ଯାହାପରେ ସୋସିଆଲ ମିଡିଆରେ ଲୋକେ ଡାକ୍ତରଙ୍କୁ ଦୋଷୀ ବୋଲି କହିଥିଲେ  ।

୩୫ ବର୍ଷିୟ ଅର୍ଥପେଡିକ ସର୍ଜନ ଅନୂପ କ୍ରିଷ୍ଣା ନିଜର ହସ୍ପିଟାଲ ଚଲାଉଥିବା ଡାକ୍ତରଙ୍କର ମୃତ୍ୟୁରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୂଚନାନୁସାରେ, ଗତ ୨୩ ସେପ୍ଟେମ୍ବରରେ ଜଣେ ସାତ ବର୍ଷର ଶିଶୁକୁ ଆଣ୍ଠୁ ସର୍ଜରୀ ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ଡାକ୍ତର ଅନୂପ ନିଜେ ଏହି ଅପରେସନର ନେତୃତ୍ବ ନେଇଥିଲେ । ଅସ୍ତ୍ରୋପଚାର ସମୟରେ ପିଲାଟିକୁ କାର୍ଡିୟାକ ଆରେଷ୍ଟ ହେବାରୁ ତାର ଅବସ୍ଥା ଗମ୍ଭୀର ହୋଇ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ଘଟିବା ପରେ ପରିବାରଲୋକେ ହସ୍ପିଟାଲ ବାହାରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ । ଥାନାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଦର୍ଶାଇ ମାମଲା ରୁଜୁ ହୋଇଥିଲା  ।

ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅନ୍ୟ ଏକ ଲ୍ୟାବକୁ ଶିଶୁଟିର ପୋଷ୍ଟମର୍ଟମ ପାଇଁ ଦିଆଯାଇଥିଲା । ରିପୋର୍ଟ ଆସିବାକୁ ଅପେକ୍ଷା ନକରି ସୋସିଆଲ ମିଡିଆରେ ଲୋକେ ଡାକ୍ତର ଅନୂପଙ୍କୁ ଶିଶୁ ମୃତ୍ୟୁର ଦୋଷୀ ବୋଲି ନିନ୍ଦା କରିଥିଲେ। ତେଣୁ ଲୋକଲଜ୍ଜାକୁ ସହିନପାରି ଡାକ୍ତର ଜଣଙ୍କ ଆତ୍ମହତ୍ୟା କରିଛନ୍ତି  ।

By amfnews

Related Post