Sat. Mar 7th, 2026

ଅସୁସ୍ଥ ହାତୀ ଦେଖି ଗଲାବେଳେ ଦୁର୍ଘଟଣା : ୨ ମହିଳା ମୃତ, ୩୦ ଆହତ

295 Views

ଯୁଯୁମୁରା/ସମ୍ବଲପୁର : ଅସୁସ୍ଥ ହାତୀକୁ ଦେଖିବାକୁ ବାହାରିଥିଲେ ଗାଁ ଲୋକେ। ପାଖ ଗାଁର ଜଣେ ଗାଡ଼ିବାଲା ଡାକିବାରୁ ୪୦ରୁ ଅଧିକ ଲୋକ ବାହାରି ୪୦୭ ମିନିଟ୍ରକ୍ ଡାଲାରେ ଭର୍ତ୍ତି ହୋଇଥିଲେ। ଅଧିକାଂଶ ଥିଲେ ମହିଳା ଓ ଛୋଟ ପିଲା। ହାତୀ ଦେଖାଇବାକୁ ଗାଡ଼ିବାଲା ଜଣ ପିଛା ୧୦ ଟଙ୍କା ଲେଖାଏଁ ଭଡ଼ା ବି ଅସୁଲ କରିଥିଲା। ହେଲେ ହାତୀ ଦେଖି ଯିବା ବାଟରେ ୪୦୭ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ଦୁଇ ଜଣ ମହିଳା ମୃତ୍ୟୁ ବରଣ କଲେ। ଆଉ କେତେ ଜଣ ଗୁରୁତର ହେଲେ। ଆହତମାନେ ବୁର୍ଲା ଓ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଓ ଯୁଯୁମୁରା ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ପଞ୍ଚାୟତ ନୂଆଁମୁଣ୍ଡା ଗାଁର ଲୋକେ ଖରାବେଳେ ଖାଇପିଇ ସାରିଥିଲେ। ଗାଁର କେହିକେହି ଲୋକ ପଡ଼ିଆବାହାଲ ବନାଞ୍ଚଳ ଅନ୍ତର୍ଗତ ହିରୋ ଜଙ୍ଗଲର ବାଲିପଥରଠାରେ ଥିବା ଅସୁସ୍ଥ ହାତୀ ଦେଖି ଯିବାକୁ ମନ ବଳାଇଥିଲେ। ନିକଟସ୍ଥ ଲିଟିମୁଣ୍ଡା ଭାରସେନପଡ଼ା ଗାଁର ଡ୍ରାଇଭର ପିଣ୍ଟୁ ସାହୁ ନିଜ ଗାଡ଼ିରେ ହାତୀ ଦେଖାଇ ନେବେ ବୋଲି କହିଥିଲେ। ତୁରନ୍ତ ଗାଁର ବହୁ ମହିଳା, ପିଲା ସମେତ ୪୦ରୁ ଊର୍ଧ୍ବ ଲୋକ ଟ୍ରକ୍‌ ଡାଲାରେ ବସି ହାତୀ ଦେଖିବାକୁ ଯାଉଥିଲେ। ଗାଁରୁ ପ୍ରାୟ ୪-୫ କିଲୋମିଟର ଦୂର ଗଲା ପରେ ହିରୋ ନିକଟସ୍ଥ ତସାରକଣ୍ଟା ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜୟମତି ମିର୍ଧା ଏବଂ ଶୋଭା ମିର୍ଧା (୪୮) ନାମ୍ନୀ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା। ବହୁ ଲୋକ ଆହତ ହୋଇଥିଲେ। ଖବର ପାଇବା ପରେ ଯୁଯୁମୁରା ପୁଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ପଡ଼ିଆବାହାଲ ଓ ସମ୍ବଲପୁରରୁ ଆମ୍ବୁଲାନ୍‌ସ ମାନେ ଯାଇ ଆହ

By amfnews

Related Post