Sat. Mar 7th, 2026

ଅସୁସ୍ଥ ସରିଫଙ୍କ ବିଦେଶ ଗସ୍ତକୁ ଗ୍ରୀନ ସିଗନାଲ୍

206 Views

ଲାହୋର: ଚିକିତ୍ସା ପାଇଁ ଇଂଲଣ୍ଡ ଯିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍। ନୋ ଫ୍ଲାଇିଂ ଲିଷ୍ଟ ତାଲିକାରୁ ହଟିଲା ସରିଫଙ୍କ ନାମ। ଏବେ ଅସୁସ୍ଥ ସରିଫ୍ ଇଂଲଣ୍ଡ ଯିବା ରାସ୍ତା ସ୍ପଷ୍ଟ ହୋଇଛି। ସରିଫଙ୍କ ଶରୀରରେ ପ୍ଲେଟିଲେଟସ କମିଯିବାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ଏବେ ସୁଧାର ଆସିଛି। ହେଲେ ଶରୀରର ଅନେକ ଅଙ୍ଗ ସକ୍ରିୟ ନଥିବା ସୂଚନା ରହିଛି। ଏହାପରେ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ ବିଦେଶ ଯାଇ ଚିକିତ୍ସା କରିବାକୁ ପଡ଼ିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଇମ୍ରାନ୍ ସରକାର ବିଦେଶ ଗସ୍ତ ଉପରେ ରୋକ୍ ଲଗାଇଥିଲେ। ଯାହାକୁ ନେଇ ପିଏମଏଲ-ଏନର ଅଧ୍ୟକ୍ଷ ତଥା ନଓ୍ୱାଜ ସରିଫଙ୍କ ଭାଇ ଶହବାଜ ସରିଫ୍ ଲାହୋର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ପାନାମା ଦୁର୍ନୀତି ମାମଲାରେ ୭ ବର୍ଷ ପାଇଁ ସଜା କାଟୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍। ଜେଲରେ ଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ହେଲେ ଦୁର୍ନୀତି ମାମଲାରେ ନଓ୍ୱାଜ ସଜା କାଟୁଥିବାରୁ ଚିକିତ୍ସା ପାଇଁ ବିଦେଶ ଗସ୍ତ ଉପରେ କଟକଣା ଲଗାଇଥିଲେ ଇମ୍ରାନ୍ ସରକାର। ଏହାପରେ ଶହବାଜ ସରିଫ୍ ଲାହୋର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଇମ୍ରାନ ସରକାର ଅତ୍ୟନ୍ତ ନିମ୍ନ ରାଜନୀତି କରୁଛନ୍ତି ବୋଲି ଶହବାଜ କହିଥିଲେ।

ହାଇକୋର୍ଟ ଆବେଦନର ଶୁଣାଣି କରିବାକୁ ଯାଇ ଇମ୍ରାନ୍ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏମିତିକି ଇମ୍ରାନ ସରକାରଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି, ସରିଫଙ୍କ ବିଦେଶ ଗସ୍ତରେ ଉପରେ ରୋକ୍ ଲଗାଇବାକୁ ଭୋଟ୍ ମିଳିଛି କି? ଏହାପରେ ସରକାରଙ୍କୁ ଏଗଜିଟ୍ କଣ୍ଚ୍ରୋଲ ଲିଷ୍ଟରୁ ନଓ୍ୱାଜଙ୍କ ନାମ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମିତିକି ବିନା ସର୍ତ୍ତରେ ନଓ୍ୱାଜଙ୍କୁ ବିଦେଶ ଯିବା ପାଇଁ ଅନୁମତି ଦେଇଛନ୍ତି ଲାହୋର ହାଇକୋର୍ଟ।

By amfnews

Related Post