Sun. Mar 8th, 2026

ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ ମେଲିଂ, ଲକ୍ଷେ ଟଙ୍କା ମାଗୁଥିବା ଯୁବକ ଭଦ୍ରକରୁ ଗିରଫ

197 Views

ଜଗତସିଂହପୁର : ଗୁଜୁରାଟରୁ ରଙ୍ଗ ନମ୍ବର ଲାଗିଥିଲା ଜଗତସିଂହପୁର। ପରେ ଜଗତସିଂହପୁରର ଏହି ଦଶମ ଶ୍ରେଣୀର ଛାତ୍ରୀଙ୍କ ସହ ଯୁବକ ଜଣକ କଥା ହୋଇଥିଲା। ବହୁ ସମୟରେ ଭିଡିଓ କଲ୍ ମଧ୍ୟ କରନ୍ତି। ଏହି ସମୟରେ ସେ ଛାତ୍ରୀଙ୍କର କିଛି ଫଟୋ ଉଠାଇ ରଖିଥିଲେ। ଏହି ଅଶ୍ଳୀଳ ଭିଡିଓକୁ ଦେଖାଇ ଛାତ୍ରୀଙ୍କୁ ଯୁବକ ଜଣକ ବ୍ଲାକମେଲ୍ କରିବାକୁ ଲାଗିଥିଲା। ଏହି ଘଟଣା ସଂକ୍ରାନ୍ତରେ ଜଗତସିଂହପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଆଜି ଭଦ୍ରକରୁ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ଦାସ(୨୦)କୁ ଗିରଫ କରିଛି। ଲକ୍ଷ୍ମୀକାନ୍ତ ଘର ଭଦ୍ରକ ଜିଲ୍ଲା ଅଟ୍ଟୋ ଗାଁରେ। ସୂଚନା ଅନୁଯାୟୀ, ଲକ୍ଷ୍ମୀକାନ୍ତ ରଙ୍ଗ ନମ୍ବରରେ ଝିଅମାନଙ୍କ ସହ କଥା ହେବାକୁ ଭଲ ପାଏ।

ଏହି କ୍ରମରେ ଜଗତସିଂହପୁରରେ ରହୁଥିବା ଏହି ଦଶମ ଶ୍ରେଣୀର ଛାତ୍ରୀଙ୍କ ନମ୍ବର ତାକୁ ମିଳିଯାଇଥିଲା। ପରେ ସେ ଏହି ନିରୀହ ଛାତ୍ରୀଙ୍କୁ ବାରମ୍ବାର କଲ୍ କରିବାକୁ ଲାଗିଥିଲା। ବହୁ ସମୟରେ ଭିଡିଓ କଲ୍ ମଧ୍ୟ କରୁଥିଲା। ମାତ୍ର କିଛି ଦିନ ପରେ ଛାତ୍ରୀଙ୍କର ଲକ୍ଷ୍ମୀକାନ୍ତ ସହ ଆଉ କଥା ହେବାକୁ ଭଲ ଲାଗି ନଥିଲା। ଏଣୁ ଲକ୍ଷ୍ମୀକାନ୍ତ ବାରମ୍ବାର କଲ୍ କରୁଥିଲେ ମଧ୍ୟ ଛାତ୍ରୀ ଜଣକ ଆଉ ଉଠାଉ ନଥିଲେ। ପରେ ସେ ତାଙ୍କ ନମ୍ବରକୁ ବ୍ଲକ୍ ଲିଷ୍ଟରେ ପକାଇ ଦେଇଥିଲେ। ତଥାପି ଲକ୍ଷ୍ମୀକାନ୍ତ ଭିନ୍ନ ଭିନ୍ନ ନମ୍ବରରୁ ଛାତ୍ରୀଙ୍କୁ କଲ୍ କରେ। କିଛି ଦିନ ପରେ ସେ ଛାତ୍ରୀଙ୍କ ନିକଟକୁ ତାଙ୍କର କିଛି ଅଶ୍ଳୀଳ ଫଟୋ ପଠାଇଥିଲା। ଘରୁ ଲକ୍ଷେ ଟଙ୍କା ଆଣି ନ ଦେଲେ ଏହି ଫଟୋକୁ ଭାଇରାଲ କରିଦେବା ପାଇଁ ସେ ଧମକ ଦେଇଥିଲା। ଏହି ଧମକ ପରେ ଛାତ୍ରୀ ଜଣକ ଘରେ ଏ କଥା ଜଣାଇଥିଲେ। କିଛି ଦିନ ଚିନ୍ତାରେ ରହିବା ପରେ ଛାତ୍ରୀଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ତଦନ୍ତ କରି ଲକ୍ଷ୍ମୀକାନ୍ତକୁ ଗିରଫ କରିଛି।

By amfnews

Related Post