Sun. Jun 8th, 2025

ଅଳିଆ ଗଦାରୁ ମୋଟା ଅଙ୍କର ଟଙ୍କା ପାଇ ପ୍ରକୃତ ମାଲିକଙ୍କୁ ଧରାଇଲେ ସଫେଇ କାର୍ଯ୍ୟ କରୁଥିବା ମହିଳା; ପୁରସ୍କାର ନେବା ପାଇଁ ବି ମନା କରିଦେଲେ

By amfnews Oct 6, 2018 #Featured
322 Views

ବେଜିଂ: ଚୀନ୍‌ରେ ଜଣେ ରାସ୍ତା ସଫେଇ କାର୍ଯ୍ୟ କରୁଥିବା ମହିଳା ନିଜର ସଚ୍ଚୋଟପଣିଆ ପାଇଁ ଏବେ ସମାଜ ଲାଗି ଉଦାହରଣ ସାଜିଛନ୍ତି। ମହିଳା ଜଣକ ରାସ୍ତା ସଫେଇ କାର୍ଯ୍ୟ କରୁଥିବା ସମୟରେ ୫୦ ହଜାର୍‌ ୟେନ୍‌ ଅର୍ଥାତ ଭାରତୀୟ ମୁଦ୍ରାରେ ୧୬ ଲକ୍ଷ ୧୯ ହଜାର ୯୭୦ ଟଙ୍କା ପାଇଥିଲେ। ସେ ଏହି ଟଙ୍କାକୁ ପାଇବା ପରେ ଏହି ଟଙ୍କାର ପ୍ରକୃତ ମାଲିକଙ୍କୁ ଖୋଜି କରି  ଟଙ୍କା ତାଙ୍କୁ ଫେରସ୍ତ କରିଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ନିଜର ହଜାଇଥିବା ମୋଟା ଅଙ୍କର ଟଙ୍କା ପାଇବା ପରେ ମାଲିଜ ଜଣକ ମହିଳାଙ୍କୁ ପୁରସ୍କାର ବାବଦରେ ଯାହା ବି ଦେବାକୁ କହିଥିଲେ ମହିଳା ଜଣକ ତାହାକୁ ନେବା ପାଇଁ ସ୍ପଷ୍ଟ ମନା କରି ଦେଇଥିଲେ। ସେ ଉଚିତ କାମ କରିଛନ୍ତି ଏବଂ ସେଥିପାଇଁ ତାଙ୍କୁ ପୁରସ୍କାର ଆବଶ୍ୟକ ନାହିଁ ବୋଲି କହିଥିଲେ ମହିଳା।

ଏହି ମହାନ ମହିଳା ଜଣକ ହେଉଛନ୍ତି ଲି ମ୍ୟାନ। ଚୀନର ହାଇକୋଉ ଜିଲ୍ଲାର ରାସ୍ତାରେ ସଫେଇ କାର୍ଯ୍ୟ କରୁଥିବା ସମୟରେ ଲି ଏହି ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇଥିଲେ। ବ୍ୟାଗ୍‌ଟି ଓଜନ ଲାଗିବାରୁ ତାଙ୍କୁ ସନ୍ଦେହ ହୋଇଥିଲା। ସେ ଖୋଲି ଦେଖିବା ପରେ ସେଥିରେ ଟଙ୍କା ଥିବା ଦେଖିବାକୁ ପାଇଥିଲେ। ତା’ପରେ ମହିଳା ଜଣକ ପୁଲିସ୍‌ ଷ୍ଟେସନ୍‌ରେ ଏ ସଂପର୍କରେ ସୂଚନା ଦେଇଥିଲେ। ପୁଲିସ୍‌ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଯେ ଉକ୍ତ ବ୍ୟାଗ୍‌ଟି ବ୍ୟବସାୟୀ ଜୁଙ୍କର। ଜୁ ନିଜର ଟଙ୍କା ପାଇବା ପରେ ଖୁସିରେ ଲିଙ୍କୁ ପୁରସ୍କାର ବାବଦରେ ୨୦ ହଜାର ୟେନ୍‌ ଯାଚିଥିଲେ ମାତ୍ର ଲି ନେବା ଳାଗି ସ୍ପଷ୍ଟ ମନା କରି ଦେଇଥିଲେ।

By amfnews

Related Post