Mon. Jan 20th, 2025

ଅଲ-କାଏଦାର ୟେମେନ ମୁଖ୍ୟକୁ ହତ୍ୟା କଲା ଆମେରିକା ସେନା

By amfnews Feb 7, 2020 #Featured
97 Views

ଓ୍ୱାଶିଂଟନ : ଆମେରିକା ସେନାର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ସଂଗଠନ ଅଲକାଏଦା ଇନ୍ ଆରବିଆନ୍ ପେନିନସୁଲାର (ଏକ୍ୟୁଏପି) ପ୍ରତିଷ୍ଠାତା କସିମ ଅଲ-ରିମିର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି। ନିକଟରେ ଆମେରିକା ନୌସେନା ଉପରକୁ ଅଲ କାଏଦା ଆକ୍ରମଣ କରିଥିଲା। ଏହାପରେ ଆମେରିକା କାଉଣ୍ଟର ଆଟାକ କରି ଅଲ କାଏଦାର ୟେମେନ ମୁଖ୍ୟର ମୁଣ୍ଡ ଗଡ଼ାଇଛି।

ଏକ୍ୟୁଏପି ନିକଟରେ ଦାବି କରିଥିଲା, ‘ଫ୍ଲୋରିଡାରେ ଥିବା ଆମେରିକାର ନୌସେନା ବେସ ଉପରେ ଡିସେମ୍ୱର ୬ରେ ଏକ୍ୟୁଏପି ଆକ୍ରମଣ କରିଥିଲା। ଯେଉଁଥିରେ ତିନି ଆମେରିକା ସେନା ସାଉଦି ବାୟୁସେନା ଅଧିକାରୀଙ୍କ ଦ୍ୱାରା ନିହତ ହୋଇଥିଲେ’।

୨୦୧୫ରେ ଆମେରିକା ଏହି ଏକ୍ୟୁଏପି ସଂଗଠନକୁ ବିଶ୍ୱର ପ୍ରମୁଖ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରିଥିଲା। ରିମି ବାବଦରେ ସୂଚନା ଦେବା ପାଇଁ ୧ କୋଟି ଡଲାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଥିଲା।

ରିମିର ନେତୃତ୍ୱରେ ଏକ୍ୟୁଏପି ୟେମେନରେ ଅନେକ ହିଂସାତ୍ମକ କାର୍ଯ୍ୟକଳାପ ଘଟାଇଛି। ଏହାବାଦ ଆମେରିକା ସେନା ଏବଂ ଆମେରିକା ଉପରେ ମଧ୍ୟ ଆକ୍ରମଣ କରିଥିଲା ବୋଲି ଟ୍ରମ୍ପ ହ୍ୱାଇଟ୍ ହାଉସରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି। ରିମିର ମୃତ୍ୟୁ ପରେ ଆତଙ୍କବାଦୀ ସଂଗଠନ ଦୁର୍ବଳ ବୋଲି ଟ୍ରମ୍ପ ଆଶା ରଖିଛନ୍ତି। ତେବେ କେଉଁ ପରିସ୍ଥିତିରେ ରିମିଙ୍କୁ ହତ୍ୟା କରିବା ପାଇଁ ଆମେରିକା ସେନା ଅପରେଶନ କରିଥିଲା ସେ ବାବଦରେ ଟ୍ରମ୍ପ କିଛି ସୂଚନା ଦେଇ ନାହାନ୍ତି।

By amfnews

Related Post