Sat. Mar 7th, 2026

ଅଲଗା ହେବା ପରେ ଆଉ ଦିଶିନାହାନ୍ତି ‘ପବିତ୍ର ରିସ୍ତା’ର ଲୋକପ୍ରିୟ ଯୋଡ଼ି ମାନବ-ଅର୍ଚ୍ଚନା, ସୁଶାନ୍ତଙ୍କ ସହ ଚଳଚ୍ଚିତ୍ର କରିବେ କି ଅଙ୍କିତା?

364 Views

ମୁମ୍ବାଇ, ଜାନୁଆରୀ ୨୨: ଟିଭି ସିରିୟଲ୍‌ ‘ପବିତ୍ର ରିସ୍ତା’ର ଲୋକପ୍ରିୟ ଯୋଡ଼ି ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ ଙ୍କ ଭିତରେ ଥିବା ପ୍ରେମ ସଂପର୍କ ଭାଙ୍ଗି ଯିବା ପରେ ସେ ଦୁହେଁ ଆଉ ଏକତ୍ର ନଜର ଆସିନାହାନ୍ତି। ସୂଚନା ରହିଛି ଯେ ସୁଶାନ୍ତ ବଲିଉଡ୍‌ରେ ପ୍ରବେଶ କରିବା ପରେ ଅନ୍ୟ ନାୟିକାଙ୍କ ସହ ତାଙ୍କର ଘନିଷ୍ଠତା ହେତୁ ଅଙ୍କିତାଙ୍କ ସହ ଦୂରତା ବଢ଼ିଥିଲା। ଚାହୁଁ ଚାହୁଁ ଅଲଗା ହୋଇ ଯାଇଥିଲେ ‘ପବିତ୍ର ରିସ୍ତା’ର ମନଛୁଆଁ ଯୋଡ଼ି।

ୟା ଭିତରେ କେବଳ ସୁଶାନ୍ତ ନୁହେଁ ଅଙ୍କିତା ବି ବଲିଉଡ୍‌ରେ ନିଜର ପାଦ ଥାପି ସାରିଲେଣି। କଙ୍ଗନାଙ୍କ ରାଣାଓ୍ଵତଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍ସି’ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଙ୍କିତା। ସେ ଏବେ ଏହି ଚଳଚ୍ଚିତ୍ର ପମୋସନରେ ଲାଗିପଡ଼ିଛନ୍ତି। ଅଙ୍କିତା ଏହି ଚଳଚ୍ଚିତ୍ରରେ ବାଇର ଭୂମିକା ନିଭାଇଛନ୍ତି।

By amfnews

Related Post