Tue. Mar 10th, 2026

ଅରୁଣାଚଳର ଏଏନ୍‌-୩୨ ବିମାନ ଦୁର୍ଘଟଣାସ୍ଥଳରୁ ୬ ଶବ ଓ ୭ ଜଣଙ୍କର ଦେହାବଶେଷ ଉଦ୍ଧାର: ଭାରତୀୟ ବାୟୁସେନା

229 Views

ନୂଆଦିଲ୍ଲୀ : ଜୁନ୍‌ ୩ ତାରିଖ ଦିନ ଅରୁଣାଚଳ ପ୍ରଦେଶରେ ଭାରତୀୟ ବାୟୁସେନାର ପରିବହନ ବିମାନ ଏଏନ୍‌ -୩୨ର ଦୁର୍ଘଟଣାସ୍ଥଳୀରୁ ଛଅ ଜଣଙ୍କ ଶବ ଏବଂ ସାତ ଜଣଙ୍କ ଦେହାବଶେଷ ଉଦ୍ଧାର କରାଯାଇଥିବା କଥା ଗୁରୁବାର ଦିନ ଭାରତୀୟ ବାୟୁସେନାର ଜଣେ ମୁଖପାତ୍ର କହିଛନ୍ତି।

ଜୁନ୍‌ ୩ ତାରିଖ ଦିନ ଆସାମର ଜୋରହାଟଣୁ ଉକ୍ତ ଏନ୍‌-୩୨ ଉଡ଼ାଣ ଆରମ୍ଭ କରି ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲ୍ଲାର ମେଚୁକା ଠାରେ ଅବତରଣ କରିବାକୁ ଯାଉଥିଲା ବେଳେ ଗ୍ରାଉଣ୍ଡ୍‌ କଣ୍ଟ୍ରୋଲ୍‌ ଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ବିମାନ ନିଖୋଜ ହେବାର ୮ ଦିନ ପରେ ଅରୁଣାଚଳ ପ୍ରଦେଶର ସୁଦୂର ପର୍ବତମାଳାରେ ଗତ ସପ୍ତାହରେ ତା’ର ଭଗ୍ନାଂଶର ସନ୍ଧାନ ମିଳିଥିଲା।
ଦୁର୍ଗମ ଦୁର୍ଘଟଣାସ୍ଥଳରେ ପହଞ୍ଚିବାକୁ ପର୍ବତାରୋହୀ ଦଳଙ୍କୁ ଦୁର୍ଘଟଣାସ୍ଥଳର ନିକଟବର୍ତ୍ତୀ ସ୍ଥାନରେ ଏୟାର୍‌ଡ୍ରପିଙ୍ଗ୍‌ କରାଯାଇଥିଲା। ସେମାନେ ଦୁର୍ଘଟନାସ୍ଥଳରେ ପହଞ୍ଚିବାକୁ ଦୁଇ ଥର ଉଦ୍ୟମ କରି ବିଫଳ ହୋଇଥିଲେ। ରବିବାର ଦିନ ଅନ୍ୟ ୨୦ ଜଣ ବ୍ୟକ୍ତି ଏବଂ ୧୧ ଜଣ କୁଲି ଘଟଣାସ୍ଥଳକୁ ଛଡ଼ାଯାଇଥିଲା। ସେମାନେ ବୁଧବାର ଦିନ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ଷା ଓ ବାଦଲ ଯୋଗୁଁ ହେଲିକପ୍ଟର୍‌ କି, ବିମାନ ସେଠାରେ ପହଞ୍ଚି ନ ପାରିବାରୁ ଏଭଳି ଯୋଜନା କରାଯାଇଥିବା କଥା ବାୟୁସେନା କହିଛି।

By amfnews

Related Post