232 Views
ନୂଆଦିଲ୍ଲୀ, ମାର୍ଚ୍ଚ ୨୬ : ଚୀନର କଷ୍ଟମ ଅଧିକାରୀ ଗତ ସପ୍ତାହରେ ୩୦ ହଜାର ନକ୍ସାକୁ ନଷ୍ଟ କରି ଦେଇଛନ୍ତି । ନଷ୍ଟ ହୋଇଥିବା ନକ୍ସାରେ ଅରୁଣାଚଳପ୍ରଦେଶକୁ ଭାରତର ଅଂଶ ଏବଂ ତାଇବାନକୁ ଅଲଗା ଦେଶ ଭାବରେ ଦର୍ଶାଯାଇଛି । ଚୀନର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏଭଳି କରାଯାଇଛି । ଏହି ନକ୍ସା ଗୁଡିକ ଇଂଗ୍ରାଜୀ ଭାଷାରେ ଥିଲା । ଚୀନର ଅନହୁଇ ସ୍ଥିତ ଏକ କମ୍ପାନୀ ଏହାର ନିର୍ମାଣ କରିଥିଲା ।
ଚୀନ ଅରୁଣାଚଳ ପ୍ରଦେଶ ଉପରେ ନିଜର ଆଧିପତ୍ୟ ଜାହିର କରୁଛି ଏବଂ ନିଜ ଆଧିକାରିକ ନକ୍ସାରେ ଏହାକୁ ତିବତ ସ୍ୱାୟତ କ୍ଷେତ୍ର ଭାବରେ ଦର୍ଶାଉଛି । ସେ ତାଇବାନ ଉପରେ ମଧ୍ୟ ନିଜର ଆଧିପତ୍ୟ ଜାହିର କରୁଛି । ଯାହାକି ଏକ ସ୍ୱଶାସିତ ଲୋକତନ୍ତ୍ର । କିଙ୍ଗଦାଓ ସହରର ସାନଡୋଙ୍ଗ ପ୍ରାନ୍ତର କଷ୍ଟମ ଅଧିକାରୀଙ୍କୁ ଏକି ନକ୍ସା ବିଷୟରେ ସୂଚନା ମିଳିବା ପରେ ରେଡ କରିଥିଲେ ଏବଂ ସେଠାରୁ ୮୦୦ ବକ୍ସ କବଜା କରିଥିଲେ । ଯେଉଁଥିରେ ବିଶ୍ୱର ୨୮,୯୦୮ ନକ୍ସା ଥିଲା । ୨୮,୯୦୮ ଭୁଲ ନକ୍ସାକୁ ୮୦୩ଟି ବାକ୍ସ ସହିତ ଜବତ କରି ନଷ୍ଟ କରି ଦିଆଯାଇଛି ବୋଲି ସେହି ପ୍ରାନ୍ତର ପ୍ରାକୃତିକ ସଂସାଧନ ମନ୍ତ୍ରାଳୟ ଗଣମାଧ୍ୟମ ନିକଟରେ କହିଛନ୍ତି ।
ସୂଚନାଯୋଗ୍ୟ, ନକ୍ସା ଗୁଡିକୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇ ଟୁକୁଡା ଟୁକୁଡା କରି ନଷ୍ଟ କରି ଦିଆଯାଇଛି । ଏହି ନକ୍ସାରେ ଚୀନର ଦକ୍ଷିଣ ତିବତ ଏବଂ ତାଇବାନ ଦ୍ୱୀପକୁ ବାଦ୍ ଦିଆଯାଇଛି ବୋଲି କିଙ୍ଗଦାଓ ସରକାର ନକ୍ସା ପରୀକ୍ଷଣରେ ପାଇଛନ୍ତି ।