Sat. Mar 15th, 2025

ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଏର କଲା ‘ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’

By amfnews Mar 6, 2020 #Featured
107 Views

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସଂଖ୍ୟାଲଘୁ ସଙ୍ଗଠନ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ପିଏଫ୍‌ଆଇ) ଅଯୋଧ୍ୟା ମାମଲା ବିଷୟରେ ସୁପ୍ରିମ୍‌ କୋର୍ଟରେ ଏକ ପିଟିସନ୍‌ ଦାଏର କରିଛନ୍ତି। ପିଟିସନ୍‌ରେ ‘ପିଏଫ୍‌ଆଇ’ ଦର୍ଶାଇଛି ଯେ ସେ ଅଯୋଧ୍ୟା ଏବଂ ଏହାର ବିବାଦୀୟ ମାମଲାର କୌଣସି ପକ୍ଷ ନୁହେଁ। କିନ୍ତୁ, ଏହି ମାମଲାରେ ୨୦୧୯ ମସିହା ନଭେମ୍ବର ମାସରେ ସୁପ୍ରିମ୍‌ କୋର୍ଟଙ୍କ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଦେଇଥିବା ରାୟ ଯୋଗୁଁ ‘ପିଏଫ୍‌ଆଇ’ର ଅଧିକାର କ୍ଷୁଣ୍ଣ ହେଉଛି। ସେଥିପାଇଁ ଏହି ରାୟ ଉପରେ ରହିତାଦେଶ ଜାରି କରାଯାଉ।

୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମ୍‌ କୋର୍ଟ ରାୟ ଯୋଗୁଁ ଦୀର୍ଘ ବର୍ଷ ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ଅବସାନ ଘଟିଥିଲା। ରାୟ ଅନୁସାରେ, ୨. ୭୭ ଏକର ବିଶିଷ୍ଟ ବିବାଦୀୟ ଜମିର ମାଲିକାନା ହିନ୍ଦୁମାନେ ପାଇବେ। ଅଯୋଧ୍ୟାର ଅନ୍ୟ ସ୍ଥାନରେ ସଂଖ୍ୟାଲଘୁମାନଙ୍କୁ ମସ୍‌ଜିଦ୍‌ ନିର୍ମାଣ ନିମନ୍ତେ ୫ ଏକର ଜମି ମିଳିବ। ‘ପିଏଫ୍‌ଆଇ’ ସୁପ୍ରିମ୍‌ କୋର୍ଟଙ୍କୁ ଆହୁରି ମଧ୍ୟ ନିବେଦନ କରିଛନ୍ତି ଯେ ଏହି ପିଟିସନ୍‌ର ଶୁଣାଣି ମୁକ୍ତ ଅଦାଲତରେ କରାଯାଉ।

ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଦାଖଲ କରିବାରେ ‘ପିଏଫ୍‌ଆଇ’ ହେଉଛି ଦ୍ୱିତୀୟ ଅନୁଷ୍ଠାନ। ପ୍ରଥମ ପିଟିସନ୍‌ ଦାଏର କରିଥିଲେ ଉତ୍ତର ପ୍ରଦେଶର ‘ପିସ୍‌ ପାର୍ଟି’।

By amfnews

Related Post