Mon. Jun 9th, 2025

ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ଦୀପ ଜାଳି ପାରିବନି ଭିଏଚ୍‌ପି

By amfnews Oct 15, 2019 #Featured
381 Views

ଲକ୍ଷ୍ନୌ  : ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନଥିବା ବେବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଭଳି କିଛି ସଂଗଠନ ଦୀପାବଳିରେ ଉକ୍ତ ସ୍ଥାନରେ ଦୀପ ଜଳାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଭିଏଚ୍‌ପିର ଏଭଳି ଉଦ୍ୟମ ଫସର ଫାଟିଛି।

ଅଯୋଧ୍ୟାର ଡିଭିଜନାଲ କମିଶନର(ଡିସି) ଭିଏଚ୍‌ପିକୁ ଏଥିପାଇଁ କୌଣସି ପ୍ରକାରର ଅନୁମତି ଦେଇନାହାନ୍ତି। ଡିସି ମନୋଜ ମିଶ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଅନୁମତି ବିନା ବିବାଦୀୟ ଅଞ୍ଚଳରେ କୌଣସି ନୂଆ ପରମ୍ପରାକୁ ସୁଯୋଗ ମିଳିବ ନାହିଁ। ଭିଏଚପି ଏଠାରେ ଦୀପ ଜାଳିବାକୁ ଚାହିଁଥିଲା। ହେଲେ ଆମେ ଏଥିପାଇଁ ଅନୁମତି ଦେଇନାହୁଁ। ଏବେ ସେମାନେ ଚାହିଁଲେ ନିଜର ଦାବିକୁ ସୁପ୍ରିମକୋର୍ଟଙ୍କୁ ଜଣାଇ ପାରିବେ।”

ଭିଏଚ୍‌ପି ନେତା ଶରଦ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଡିସିଙ୍କୁ ଭେଟିବା ସହ ଦୀପ ଜାଳିବା ପାଇଁ ଅନୁମତି ମାଗିଥିଲା। ହେଲେ ଏହାକୁ ମୁସଲିମ ପକ୍ଷ ହାଜି ମେହବୁଦ ବିରୋଧ କରିଥିଲେ। ଯଦି ଦୀପ ଜାଳିବାକୁ ପ୍ରଶାସନ ଅନୁମତି ଦିଏ, ତା’ହେଲେ ଆମେ ବିବାଦୀୟ ଅଞ୍ଚଳରେ ନମାଜ ପାଠ ପାଇଁ ମଧ୍ୟ ଦାବି କରିବୁ।

By amfnews

Related Post