Mon. Feb 3rd, 2025

ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଯାଇଥିବା କାଳିଆ ଯୋଜନା ଟଙ୍କା ଫେରସ୍ତ ଅଣାଯିବ : ମୁଖ୍ୟମନ୍ତ୍ରୀ

By amfnews Sep 18, 2019 #Featured
176 Views

ନୂଆଦିଲ୍ଲୀ/ଭୁବନେଶ୍ବର  :  ଗତକାଲିଠାରୁ କାଳିଆ ଯୋଜନାକୁ ନେଇ ଜାରି ରହିଛି ଚର୍ଚ୍ଚା ଆଲୋଚନା। ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଉଠାଇ ନେଇଛନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ  ମନ୍ତବ୍ୟ ଦେବ‌ା ପରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଉଛି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ  କିଭଳି ଟଙ୍କା ଫେରିବ ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟ‌ାରେ କହିଛନ୍ତି।

ଅନ୍ୟ ପକ୍ଷରେ, କାଳିଆ ଅଯୋଗ୍ୟ ହିତାଧିକାରୀ ତାଲିକା ପ୍ରସଙ୍ଗ ନେଇ ଆଜି ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରକୃତର ୩ ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ନୁହନ୍ତି । କେବଳ ୩୨ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ବାକି ୩ ଲକ୍ଷ ୯ ହଜାର ହିତାଧିକାରୀଙ୍କ ପରିବାରରୁ ଏକାଧିକ ସଦସ୍ୟ କାଳିଆ ସହାୟତା ପାଇଛନ୍ତି । ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ସଂପୃକ୍ତ ହିତାଧିକାରୀଙ୍କୁ କାଳିଆ ଅର୍ଥ ପ୍ରଦାନ ସମୟରେ ଏହା କାଟି ରଖାଯିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ଗତକାଲି କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ଓ  ସେମାନଙ୍କ ପାଖକୁ ପ୍ରାୟ ୧୭୦ କୋଟି ଟଙ୍କା ଚାଲିଯାଇଛି ବୋଲି ସୂଚନା ଦେଇଥିଲେ ।  ଉଲ୍ଲେକଯୋଗ୍ୟ କି ଚାଷ କାମରେ ସହାୟତା ପାଇଁ ଖରିପ ଆଉ ରବି ଋତୁରେ ପାଂଚ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ ।

By amfnews

Related Post