Sat. Mar 7th, 2026

ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗିରଫ

150 Views

ଝାରସୁଗୁଡ଼ା : ଅମିତ ଧଳ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡକୁ ପୁଲିସ୍ କୋଲକତାରୁ ଗିରଫ କରିଛି। ତା’ ନାଁ  ସୋନୁ ଘୋଷ। ଗତକାଲି ପୁଲିସ୍ ତାକୁ ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ  ହାଜର କରିଥିଲା। ଏହା ପରେ ସୋନୁକୁ  ପୁଲିସ୍ ୧୫ ଦିନିଆ ରିମାଣ୍ଡରେ ନେଇଛି।

ଗତ ଜୁନ୍ ୨୪ ତାରିଖରେ ବ୍ରଜରାଜନଗର ବସ୍‌ଷ୍ଟାଣ୍ଡରେ ଅମିତ ତାସ୍ ଖେଳୁଥିବା ବେଳେ କିଛି ଲୋକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଅମିତଙ୍କ ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିଲା।

ଏହି ଘଟଣାରେ ପୂର୍ବରୁ ପୁଲିସ୍‌ ଛଅ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା। ତେବେ ସୋନୁକୁ ଗିରଫ କରିବା ପାଇଁ ଝାରସୁଗୁଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ ହୋଇଥିଲା।  ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସୋନୁକୁ ଗିରଫ କରିଥିଲା। ସେ ପୁଲିସର ମୋଷ୍ଟ୍‌ ୱାଣ୍ଟେଡ୍ ତାଲିକାରେ ମଧ୍ୟ ଥିଲା। ସୋନୁ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି କହିଛନ୍ତି।

By amfnews

Related Post