208 Views
ଭୁବନେଶ୍ୱର, ଜାନୁଆରୀ 05 : ନୟାଗଡ଼ ପରୀ ହତ୍ୟା ମାମଲାରେ ପୁଣି SITର ନୂଆ ଫଣ୍ଡା । ଅଭିଯୁକ୍ତ ସରୋଜର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଆବେଦନ କଲେ SIT ମୁଖ୍ୟ ଅରୁଣ ବୋଥ୍ରା। ନୟାଗଡ଼ ପୋକ୍ସୋ କୋର୍ଟରେ ଏସ୍ଆଇଟି ଆବେଦନ କରିଛି ।
ପରୀ ହତ୍ୟା ମାମଲାରେ ପୁଣି ସନ୍ଦେହ ଘେରକୁ ଆସିଛି ଏସ୍ଆଇଟି । ପଲିଗ୍ରାଫ୍ ଟେଷ୍ଟ ପରେ ଏବେ ପୁଣି ସରୋଜର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଛି ଏସ୍ଆଇଟି । ତେବେ ଯଦି ପ୍ରମାଣ ଅଛି ତାହା ହେଲେ ନାର୍କୋ ଆନାଲିସିସ୍ କାହିଁକି? ପଲିଗ୍ରାଫ୍ ଟେଷ୍ଟ ପରେ ନାର୍କୋ ଆନାଲିସିସର କଣ ରହିଛି ଆବଶ୍ୟକତା? ଏପରି ଅନେକ ପ୍ରଶ୍ନ ଉଠିଛି । ଆଜି ନୟାଗଡ଼ ପୋକ୍ସୋ କୋର୍ଟରେ ଏନେଇ ଶୁଣାଣି ହେବ । ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପୂର୍ବରୁ ଦାବୀ କରି ଆସୁଛନ୍ତି ସରୋଜ ହତ୍ୟାକାରୀ ବୋଲି ସବୁ ପ୍ରମାଣ ଅଛି ।