Sat. Mar 7th, 2026

ଅଭିନେତ୍ରୀ ହେବା ପାଇଁ ପ୍ରସ୍ତୁତ ଆରମ୍ଭ କରି ଦେଲେଣି ଶାହାରୁଖଙ୍କ ଅଲିଅଳୀ ସୁହାନା

216 Views

ମୁମ୍ବାଇ, ନଭେମ୍ବର ୨୯: ସୁପର୍‌ଷ୍ଟାର୍‌ ଶାହାରୁଖଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ଜିରୋ’ର କିଛି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓଗୁଡ଼ିକ ଭିତରୁ ଏକ ମଜାଦାର୍‌ ଭିଡିଓ ବି ଦେଖିବାକୁ ମିଳିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରୟ ସମୋସା ପ୍ରୀତି। ନିର୍ଦ୍ଦେଶକ ଆନନ୍ଦ ସମୋସା ଖାଉଥିବା ଏହି ଭିଡିଓଟିରେ ଶାହାରୁଖଙ୍କ ଝିଅ ସୁହାନା ବି ବାପାଙ୍କ ସହ ନଜର ଆସିଛନ୍ତି।

ଜାଣିବାକୁ ମିଳିଛି ଯେ ଆଗକୁ ଜଣେ ଦକ୍ଷ ଅଭିନେତ୍ରୀ ହେବା ପାଇଁ ସୁହାନା ଏବେଠାରୁ ହିଁ ପ୍ରସ୍ତୁତ ଆରମ୍ଭ କରି ଦେଲେଣି। ଏଥିପାଇଁ ସେ ଶାହାରୁଖଙ୍କ ଚଳଚ୍ଚିତ୍ର ସୁଟିଂ ସମୟରେ ସେଠାରେ ଉପସ୍ଥିତ ରହି ଅଭିନୟ କୌଶଳ ଶିକ୍ଷା ଲାଭ କରୁଛନ୍ତି।

ସୁହାନାଙ୍କ ସଂପର୍କରେ ନିର୍ଦ୍ଦେଶକ ଆନନ୍ଦ କହାନ୍ତି, ‘ସେ ଖୁବ୍‌ ପରିଶ୍ରମୀ। ତାଙ୍କ ଭିତରେ ଖାନ୍‌ ସାହେବଙ୍କ ରକ୍ତ ବୋହୁଛି। ଖାନ ସାବେହଙ୍କର ଅନେକ ଗୁଣ ତାଙ୍କ ଭିତରେ ଭର୍ତ୍ତି ହୋଇ ରହିଛି। ସେ ସବୁବେଳେ କିଛି ନା କିଛି ସିଖିବାକୁ ଚାହାନ୍ତି। ତାଙ୍କ ଭିତରେ ଉତ୍ସୁକତା ରହିଛି। ଅଭିନୟ ଦୁନିଆକୁ ନେଇ ସେ ଜିଜ୍ଞାସୁ।’

By amfnews

Related Post