Tue. Dec 24th, 2024

ଅଭିନେତ୍ରୀ ସୁଜାତା କୁମାରଙ୍କ ପରଲୋକ

By B Charan Subudhi Aug 20, 2018 #Featured
342 Views

ମୁମ୍ବାଇ, ଅଗଷ୍ଟ ୨୦

 ବଲିଉଡର ଫେମସ ଆକ୍ଟ୍ରେସ ସୁଜାତା କୁମାରଙ୍କୁ ରବିବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୁଜାତା ମେଟାଷ୍ଟିକ କ୍ୟାନସରରେ ପୀଡିତ ଥିଲେ । ସୁଜାତା ଡାଇରେକ୍ଟର ଶେଖର କପୁରଙ୍କ ପ୍ରଥମ ପତ୍ନୀ ଥିଲେ ଓ ଅଭିନେତ୍ରୀ ସୁଚିତ୍ରା କୃର୍ଷ୍ଣମୂର୍ତୀଙ୍କ ଭଉଣୀ ଥିଲେ । ସୁଚିତ୍ରା ନିଜ ଭଉଣୀଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଦେଇଥିଲେ ।

ସୁଚିତ୍ରା ଲେଖିଛନ୍ତି କି, ‘ସୁଜାତା କୁମାର ଆଉ ନାହାଁନ୍ତି’ା ସୁଜାତା ୨୦୧୮ ଅଗଷ୍ଟ ୧୯ ରାତି ୧୧.୨୬ରେ ଶେଷ  ନିଶ୍ୱାସ ତ୍ୟାଗ କରିଥିଲେ । ଆଜି (ଅଗଷ୍ଟ ୨୦) ଦ୍ୱିପହର ୧୧ରେ ସୁଜାତାଙ୍କ ଅନ୍ତିମ ସଂସ୍କାର କରାଯିବ । ଜୀବନ ଆଉ ଆଗଭଳି ରହିବନି ।

ସୁଜାତା ଫିଲ୍ମ ଇଂଗ୍ଲିସ ଭିଙ୍ଗଲିସରେ ଶ୍ରୀଦେବୀଙ୍କ ଭଉଣୀଙ୍କ ରୋଲ ନିଭାଇଥିଲେ । ସୁଜାତାଙ୍କ କ୍ୟାନସର ୪ର୍ଥ  ଷ୍ଟେଜରେ ଥିଲା । ତାଙ୍କ ଶରୀରର କେତୋଟି ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲ । ଫିଲ୍ମ ଇଂଗ୍ଲିସ  ଭିଙ୍ଗଲିସ ରିଲିଜ ହେବା ପୂର୍ବରୁ ୨୦୧୨ ସେପ୍ଟେମ୍ବରରେ ସୁଜାତା କହିଥିଲେ କି ତାଙ୍କ କ୍ୟାନସର ପୁରାପୁରି ଭାବେ ଠିକ୍ ହୋଇଯାଇଛି ।

କିଛି ଦିନ ପୂର୍ବରୁ ସେ ପୁଣି କ୍ୟାନସରରେ ପୀଡିତ ହୋଇଥିଲେ । ସୁଜାତା ସିନେମା ବ୍ୟତିତ କେତୋଟି ଟିଭି ସିରିୟଲରେ ମଧ୍ୟ କାମ କରିଛନ୍ତି ।

ସୁଜାତା ନିଜର ଏକ ଇଂଟରଭ୍ୟୁରେ କହିଥିଲେ କି’ଇଂଗ୍ଲିସ-ଭିଙ୍ଗଲିସ’ପୂର୍ବରୁ ତାଙ୍କ ପାଖରେ କିଛି ଭଲ ରୋଲ ନଥିଲା । ଏହା ପୂର୍ବରୁ ସେ ଯେଉଁ ସବୁ ସିନେମାରେ ଅଭିନୟ କରିଛନ୍ତି ସେ ସବୁ ସିନେମା ଫ୍ଲପ ହୋଇଛି ।

Related Post