Tue. Mar 10th, 2026

ଅଭିନେତ୍ରୀ ସୀମରନ ମୃତ୍ୟୁ ମାମଲା : ଯୁଗ ସୁନା ଓ ରୁକୁଙ୍କ ଘରେ ଲଟ୍‌କା

350 Views

ବଲାଙ୍ଗୀର , ଜାନୁଆରୀ ୧୮ : ଆଲବମ ଅଭିନେତ୍ରୀ ସୀମରନ ମରିଆଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ବଲାଙ୍ଗୀର ବେଲପଡା ସ୍ଥିତ ତାଙ୍କ ଶ୍ୱଶୁର ଘରେ ବୁର୍ଲା ପୁଲିସ ନୋଟିସ ଲଗାଇଥିଲା। ୧୬ ତାରିଖ ଯାଏଁ ଯୁଗ ସୁନାଙ୍କ ମା’, ବାପାଙ୍କୁ ଥାନାରେ ହାଜର ନେବାକୁ ନୋଟିସରେ ଉଲ୍ଲେଖ କରାଯାଇଥିଲା। ଘରେ କେହି ନଥିବା ବେଳେ ତଦନ୍ତକାରୀ ଅଧିକାରୀଙ୍କୁ ମାମଲାର ଅଧିକ ତଦନ୍ତ ପାଇଁ ସହଯୋଗ କରିବାକୁ ଉଲ୍ଲେଖ କରାଯାଇଥିଲା। କିନ୍ତୁ ସମୟ ଅବଧି ସରିଥିଲେ ହେଁ ସେମାନେ ଥାନାରେ ହାଜର ହୋଇ ନାହାନ୍ତି। ଏବେବି ଯୁଗଙ୍କ ଘରେ ତାଲା ପଡ଼ିଛି।

ଏପଟେ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ଘରେ ମଧ୍ୟ ପୁଲିସ ନୋଟିସ ଦେଇ ଯାଇଥିଲା। ରୁକୁଙ୍କ ପରିବାରବର୍ଗଙ୍କ କହିବାନୁସାରେ, ରୁକୁ ଆଲବମ ସୁଟିଂରେ ବ୍ୟସ୍ତ ରହିଛନ୍ତି। ସୁଟିଂରୁ ଫେରିଲା ପରେ ପୁଲିସ ନିକଟକୁ ଯିବେ ବୋଲି କୁହାଯାଇଛି। ଲଗାଯାଇଥିବା ନୋଟିସରେ ୨୦୧୯ କେସନଂ-୧୧ ଦଫା ହତ୍ୟା ୩୦୨, ଆକ୍ରମଣ ଦଫା ୩୨୩ ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତରେ ସାହାଯ୍ୟ କରିବାକୁ ହାଜିର ହେବା ପାଇଁ ନୋଟିସ କରାଯାଇଥିଲା। ଯେଉଁମାନଙ୍କ ନାଁରେ ନୋଟିସ ହୋଇଥିଲା ସେମାନଙ୍କ ଭିତରୁ କେହି ହାଜିର ହୋଇନଥିବା ବେଳେ ପୁଲିସ ଆଗକୁ କଣ ପଦକ୍ଷେପ ନେବ ତାକୁ ସମସ୍ତଙ୍କ ନଜର ରହିଛି।

By amfnews

Related Post