Thu. Dec 26th, 2024

ଅଭିନବ ଉପାୟରେ ଚୋରି, ପୁଲିସ ହାତ ଖାଲି

rklsanchar@gmail.com' By J.N. Pradhan Aug 14, 2018 #Featured
132 Views

ରାଉରକେଲା, ୧୪ା୮  : ଇସ୍ପାତ ସହରାଞ୍ଚଳରେ ଦିନକୁ ଦିନ ଚୋରି ଓ ଛିନ୍ତାଇ ଘଟଣା ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ମଧ୍ୟରେ ସହରରେ ଥିବା ଖାଲି କ୍ୱାର୍ଟରମାନଙ୍କରୁ ଚୋରି ହେଉଥିବା ଅଭିଯୋଗ ହୋଇଛି । ଶିଳ୍ପ ସହରାଞ୍ଚଳରେ ଚୋରଦଳ ସକ୍ରିୟ ଥିବା ସେକ୍ଟର ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଜରି ଗୋଟାଳିମାନେ ବନ୍ଦ ଘରଗୁଡ଼ିକୁ ଦେଖି ରାତିରେ ସେହି ଘରଗୁଡିକରୁ ଚୋରି କରୁଥିବା ନଜିର୍ ରହିଛି ।

କୋଏଲ୍ନଗର ଓ ଶକ୍ତିନଗର ଅଞ୍ଚଳରେ ଥିବା ଖାଲି ଘରଗୁଡ଼ିକ ଉପରେ ଦୁର୍ବୃତ୍ତମାନେ ନଜର ରଖୁଥିବା ସମ୍ପୃକ୍ତ ଅଞ୍ଚଳବାସୀ କହନ୍ତି । ଏଭଳିକି ଦୁର୍ବୃତ୍ତମାନେ ଦଳବଦ୍ଧ ଭାବେ ଆସି ଏହି ଘରକୁ ସର୍ବସାଧାରଣରେ ଅନୁଧ୍ୟାନ କରୁଥିବା ଦେଖାଯାଉଛି । ନିଛାଟିଆ ବେଳେ ଏମାନେ ବନ୍ଦ ଘର ଉପରକୁ ଇଟା, ପଥର ଫିଙ୍ଗନ୍ତି । ଇଟା ପଡିବାରୁ ଘରେ ଥିବା ପଦାକୁ ଆସିଥାନ୍ତି । ମାତ୍ର ଘରେ କେହି ନଥିଲେ ପଦାକୁ କେହି ଆସନ୍ତି ନାହିଁ । ତେଣୁ ଦୁର୍ବୁତ୍ତମାନେ ଘରେ କହିନଥିବା ଆକଳନ କରିନିଅନ୍ତି ଓ ବିଳମ୍ବିତ ରାତ୍ରୀରେ ସମ୍ପୃକ୍ତ ଘରୁ ଲୁଟ୍ କରନ୍ତି ।

ସେହିପରି ଦୁର୍ବୃତ୍ତଙ୍କ ସହଜ ଶିକାର ହେଉଛନ୍ତି ଛୋଟ ଛୋଟ ବ୍ୟବସାୟୀ । କଚ୍ଚା ବା ଆଜବେଷ୍ଟସ ଛାତ ବିଶିଷ୍ଟ ଦୋକାନକୁ ସେମାନେ ଟାର୍ଗେଟ କରି ପରେ ସେଥିରୁ ଚୋରି କରନ୍ତି । ଏହାଦ୍ୱାରା ସେକ୍ଟର, କୋଏଲ୍ନଗର ଓ ଶକ୍ତିନଗର ସମେତ ବଭିନ୍ନ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି । କିଛିଦିନ ତଳେ ଶକ୍ତିନଗରରେ ଥିବା ପାଖାପାଖି ୩ଟି ଦୋକାନର ଆଜ୍ବେଷ୍ଟସ୍ ଭାଙ୍ଗି ଚୋରି ହୋଇଥିଲା । ଏହାକୁ ମାତ୍ର ଏକ ମାସ ନପୁରୁଣୁ ପୁଣି ଥରେ ସେହି ଦୋକାନରୁ ଚୋରି ଉଦ୍ୟମ ହୋଇଛି ।

ଦୁର୍ବୃତ୍ତମାନେ ଉକ୍ତ ଦୋକାନର ପାରାପିଟ୍ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଉକ୍ତ ଦେକାନୀ ନିଜସ୍ୱ ଦାୟିତ୍ୱରେ ରକ୍ଷଣାବେକ୍ଷଣ କରୁଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ପାଇଁ ଅଞ୍ଚଳବାସୀମାନେ ଦାବି କରିଛନ୍ତି ।

Related Post