271 Views
କୋଣାର୍କ, ଅକ୍ଟୋବର ୨୬: ଓଡିଶା ସଂସ୍କୃତି, ଐତିହ୍ୟ ଏବଂ ଅସ୍ମିତା ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ରିମାଣ୍ଡରେ ନେବ କୋଣାର୍କ ପୋଲିସ । ତାଙ୍କୁ ୨ ଦିନ ପାଇଁ ରିମାଣ୍ଡରେ ନେବାପାଇଁ କୋଣାର୍କ ଜେଏମଏଫସି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ୨୬ ତାରିଖ ଦିନ ୨ଘଟିକାରୁ ୨୮ ତାରିଖ ଦିନ ୨ଘଟିକା ପର୍ଯ୍ୟନ୍ତ ରିମାଣ୍ଡରେ ଯିବେ ଅଭିଜିତ ।
ସୂଚନାଯୋଗ୍ୟ କି, ଓଡିଶା କଳା, ସଂସ୍କୃତି ଏବଂ ଐତିହ ପ୍ରତି ଅମପାନସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତ ଗତ ୨୩ ତାରିଖରେ କଡ଼ା ସୁରକ୍ଷା ମଧ୍ୟରେ ଗୃହ କମିଟି ନିକଟରେ ହାଜର ହୋଇଥିଲେ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଜେରା କରାଯାଇଥିଲା । ତାଙ୍କୁ ଦୁଇଟି ପର୍ୟ୍ୟା ୟୟରେ ଜେରା କରାଯାଇଥିଲା । କମିଟି ତାଙ୍କର ବୟାନ ରେକର୍ଡ କରିଥିଲା । ପ୍ରଥମେ ସେ ନିଜ ଭୁଲ ସ୍ୱୀକାର କରିବା ସହିତ ତାଙ୍କୁ ନିଃସର୍ତ୍ତଭାବେ କ୍ଷମା କରିବାକୁ ଅନୁରୋଧ କରିଥିଲେ । ତେବେ ତଦନ୍ତ ଅସମାପ୍ତ ରହିଥିବା କମିଟି ଅଧ୍ୟକ୍ଷ ଶ୍ରୀ ନରସିଂହ ମିଶ୍ର କହିଥିଲେ । ତେଣୁ ଆସନ୍ତା ୨ ତାରିଖରେ ସତ୍ୟପାଠ ଦାଖଲ କରିବାକୁ କମିଟି ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ ତାଙ୍କୁ ସହିଦ ନଗର ପୋଲିସ ଏକ ଅଜଣା ସ୍ଥାନରେ ଜେରା କରି ଗିରଫ କରିଥିଲା । ଏହା ସହ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ଅଭିଜିତଙ୍କ ଜାମିନ ଖାରଜ କରିବା ପରେ ତାଙ୍କୁ ଝାରପଡା ଜେଲକୁ ପଠା ଯାଇଥିଲା ।