Tue. Jan 14th, 2025

ଅବହେଳିତ ବାପା-ମା’ଙ୍କ ନାଁରେ ସନ୍ତାନ ଜମା କରିବେ ଟଙ୍କା, ନେପାଳ ସରକାର ଆଣିବେ ଆଇନ

By amfnews Jan 5, 2019 #Featured
144 Views

ନେପାଳ, ଜାନୁଆରୀ ୦୫:  ଆଜି କାଲି ବାପା ମାଙ୍କୁ ଅବହେଳା କରୁଛନ୍ତି ସନ୍ତାନ । ଏହାକୁ ଦୃଷ୍ଟିରେ ରଖି ପିତା-ମାତାଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ନେପାଳ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏଣିକି ପିଲାମାନେ ନିଜର ଆୟର ୫ ରୁ ୧୦ ପ୍ରତିଶତ ଅର୍ଥ ବୃଦ୍ଧ ମା’ ବାପାଙ୍କ ପାଇଁ ସଞ୍ଚୟ କରିବେ । ସେହି ଟଙ୍କା ବାପା-ମା’ଙ୍କ ଆକାଉଣ୍ଟରେ ଜମା କରିବାକୁ ଖୁବ ଶୀଘ୍ର ନେପାଳ ସରକାର ଏକ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ।

ପିଲାମାନେ ବଡ଼ ହୋଇଗଲେ ମା-ବାପାଙ୍କୁ ହତାଦାର କରୁଛନ୍ତି । କେତେ କଷ୍ଟ କରି ଛୁଆକୁ ମଣିଷ  କରିଥିବା ପିତାମାତାଙ୍କୁ ହାତ ପତାଇବାକୁ ପଡ଼ୁଥିଲା ସନ୍ତାନଙ୍କ ଆଗେରେ । ଏଣିକି ଏହାର ସମାଧାନ ହେବ । ପ୍ରଧାନମନ୍ତ୍ରୀଙ୍କ ପ୍ରେସ ଉପଦେଷ୍ଟା ଶୁକ୍ରବାର ଦିନ କହିଛନ୍ତି , ସଂସଦର କ୍ୟାବିନେଟ ବୈଠକରେ ଏହାର ସମାଧାନ ପାଇଁ ବରିଷ୍ଟ ନାଗରିକର ନିୟମ ୨୦୧୬ର ସଂଶୋଧନ ପରେ ଏହି ବିଲ ଉପସ୍ଥାପନା କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହାର ମୂଳ ଲକ୍ଷ୍ୟ ବରିଷ୍ଠ ନାଗରିକଙ୍କ ସୁରକ୍ଷା ବଜାୟ ରଖିବା । ଏହା ଅନୁସାରେ ସନ୍ତାନମାନେ ନିଜ ଆୟର ୫ ରୁ ୧୦ ପ୍ରତିଶତ ମା-ବାପାଙ୍କ ଆକାଉଣ୍ଟରେ ଜମା କରିବେ ।

By amfnews

Related Post