Sun. Mar 8th, 2026

ଅପରାହ୍ଣ ୧: ୩୦ ସୁଦ୍ଧା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

212 Views

ଭୁବନେଶ୍ୱର  : ଶନିବାର ପୂର୍ବାହ୍ନ ୧୦: ୩୦ରୁ ଅପରାହ୍ଣ ୧: ୩୦ ମଧ୍ୟରେ ଘଡ଼ଘଡ଼ି ଓ ବିଜୁଳି ସହ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନଗୁଳ, ସୋନପୁର, ବୌଦ୍ଧ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଦୁଇ ଅସରା ଭଳି ପ୍ରବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

ଏହାଛଡ଼ା ଉପରୋକ୍ତ ସମୟ ସୀମା ମଧ୍ୟରେ ଗଜପତି, ରାୟଗଡ଼ା, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା ଏବଂ କୋରପୁଟ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟରୁ ସୂଚନା ମିଳିଛି।

By amfnews

Related Post