Sat. Mar 7th, 2026

ଅପରାଜିତାଙ୍କ ସହ ଅସନ୍ତୁଷ୍ଟ କଂଗ୍ରେସ ନେତ୍ରୀ : ପିସିସି ବିରୋଧରେ ଯାଇ ବିଜେପି ସାଙ୍ଗରେ!

203 Views

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ ନେତୃତ୍ବ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ନୂଆଦିଲ୍ଲୀ ଗଲେ। ଗଣମାଧ୍ୟମରେ ପ୍ରକାଶ ପାଇଲା ଯେ ଦାୟିତ୍ବରେ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏମାନେ ଭେଟିବେ। କିନ୍ତୁ ନୂଆଦିଲ୍ଲୀରୁ ଆସୁଥିବା କିଛି ଫଟୋ ଚିତ୍ର ଭିନ୍ନ କଥା କହିଲେଣି। କଂଗ୍ରେସ ନେତୃତ୍ବ ବିରୋଧରେ ଯାଇଥିବା ରାଜ୍ୟର ଏହି ମହିଳା ନେତ୍ରୀ ଅସଲରେ ବିଜେପିରେ ମିଶିବାକୁ ଯୋଜନା ଚଲାଇଛନ୍ତି। ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ ସେମାନଙ୍କର ପ୍ରାରମ୍ଭିକ ଯୋଗାଯୋଗ ଶେଷ ହୋଇଛି। ଏ ସଂକ୍ରାନ୍ତ ଫଟୋ ଏବେ ଭାଇରାଲ୍ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ କଂଗ୍ରେସର ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ନେତୃତ୍ବରେ ୭ରୁ ଅଧିକ ମହିଳା କଂଗ୍ରେସ ନେତ୍ରୀ ଗତ ଏକ ସପ୍ତାହ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି। ହେଲେ ଦିଲ୍ଲୀରେ ଏହି ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ କିନ୍ତୁ ବିଜେପି ନେତୃତ୍ବ ସହ ସଂପର୍କରେ ଥିବା ସୂଚନା ମିଳିଛି। ଅସନ୍ତୁଷ୍ଟ କଂଗ୍ରେସ ନେତ୍ରୀଙ୍କୁ ଦଳରେ ମିଶାଇବା ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ମଧ୍ୟସ୍ଥି ସାଜିଛନ୍ତି। ଅସନ୍ତୁଷ୍ଟ ଏହି ନେତ୍ରୀଙ୍କୁ ସାଂସଦଙ୍କ ଘରେ ଓ ସଂସଦରେ ତାଙ୍କ ସହ ଦେଖିବାକୁ ମିଳୁଥିବା କଂଗ୍ରେସ ଶିବରରେ ଚର୍ଚ୍ଚା ହେଲାଣି। ତେବେ ବିଜେପି ଏହି ନେତ୍ରୀମାନଙ୍କୁ ଦଳରେ ସାମିଲ କରିବା ନେଇ ଏଯାଏ କୌଣସି ନିଷ୍ପତ୍ତି ନେଇନାହିଁ। କଂଗ୍ରେସ ଦଳ ଛାଡିବା ପରେ ତୁରନ୍ତ ବିଜେପି ସଂଗଠନରେ ସେମାନଙ୍କୁ ଯେମିତି ନିଆଯାଏ, ସେ ନେଇ ସର୍ତ ରଖାଯାଇଛି। କିନ୍ତୁ ବିଜେପି ଏହି ସର୍ତରେ ରାଜି ନାହିଁ। ପ୍ରଥମେ ଦଳରେ ମିଶିବା ପରେ ଥଇଥାନ କରାଯିବ କି ନାହିଁ, ତାହା ପରବର୍ତୀ ସମୟରେ ବିଚାର କରାଯିବ ବୋଲି ବିଜେପି କହିଛି। ଫଳରେ ମିଶ୍ରଣ ପ୍ରକ୍ରିୟା ବିଳମ୍ବିତ ହେଉଛି।

By amfnews

Related Post