Tue. Nov 5th, 2024

ଅନ୍ୟ ରାଜ୍ୟ ତୁଳନାରେ ଗୁଜୁରାଟରେ ମୁସଲମାନଙ୍କ ସ୍ଥିତି ବହୁତ ଭଲ: ରୂପାଣୀ

By amfnews Dec 26, 2018 #Featured
223 Views

ଅହମଦାବାଦ, ଡିସେମ୍ବର ୨୬ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଙ୍ଗଳବାର ଦାବି କରିଛନ୍ତି, ଦେଶର ଅନ୍ୟ ଅଂଚଳ ଅପେକ୍ଷା ରାଜ୍ୟରେ ରହୁଥିବା ମୁସଲମାନଙ୍କ ସ୍ଥିତି ବହୁତ ଭଲ । କଂଗ୍ରେସ ଉପରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଥିବା ଅଭିଯୋଗ ଆଣି ରୂପାଣୀ କହିଛନ୍ତି, ଦେଶରେ ଭୋଟ ବ୍ୟାଙ୍କ ରାଜନୀତି ଶେଷ ହେବା ଦରକାର ।

Marking the completion of 1 year of rule on #GoodGovernanceDay, Gujarat CM@vijayrupanibjp attended Kisan Sammelan at Rajkot & launched payment of input assistance of Rs.2285-cr to 23.25-lakh farmers of 96 scarcity-hit talukas as compensation to crop-loss due to insufficient rain pic.twitter.com/Sz01sIWq7j

— CMO Gujarat (@CMOGuj) December 25, 2018

ରୂପାଣୀ ରାଜ୍ୟର ୱାକଫ ବୋର୍ଡ କାର୍ଯ୍ୟାଳୟ ଉଦଘାଟନ ଅବସରରେ ସ୍ଥାନୀୟ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି । ସରକାରୀ ବିଜ୍ଞାପନ ଅନୁସାରେ ସଚ୍ଚର ସମିତିର ରିପୋର୍ଟ ଉଦାହରଣ ଦେଇ ରୂପାଣୀ କହିଛନ୍ତି ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟରେ ମୁସଲମାନଙ୍କ ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ । ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକାଳ ଏକ ବର୍ଷ ପୂରା ହେବା ଅବସରରେ ୬୬୬ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।

By amfnews

Related Post