Sat. Mar 7th, 2026

ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟରୁ ସ୍ବାମୀ ସୋଏବ ମଲ୍ଲିକଙ୍କ ଅବସର ଘୋଷଣା ପରେ ଭାବପ୍ରବଣ ହୋଇ ଏପରି ପୋଷ୍ଟ କଲେ ସାନିଆ ମୀର୍ଜା

175 Views

ନୂଆଦିଲ୍ଲୀ :  ଆଇସିସି ବିଶ୍ୱକପ -୨୦୧୯ରେ ନିଜର ଶେଷ ମ୍ୟାଚରେ ପାକିସ୍ତାନ କ୍ରିକେଟ ଟିମ ଗତକାଲି ବାଂଲାଦେଶକୁ ୯୪ ରନରେ ପରାସ୍ତ କରି ବିଜୟୀ ହେବାପରେ ଟିମର ବରିଷ୍ଠ ଖେଳାଳି ସୋଏବ ମଲ୍ଲିକ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।ତାଙ୍କର ଏହି ଘୋଷଣାକୁ ନେଇ ସୋଏବ ମଲ୍ଲିକଙ୍କ ପତ୍ନୀ ତଥା ଜଣାଶୁଣା ଟେନିସ୍ ତାରକା ସାନିଆ ମୀର୍ଜା ଖୁବ୍ ଭାବପ୍ରବଣ ହୋଇ ସୋସିଆଲ ମିଡିଆରେ ନିଜର ମନକଥାର ପରିପ୍ରକାଶ କରିଛନ୍ତି। ସାନିଆ ଲେଖିଛନ୍ତି ଯେ କ୍ରିକେଟ କ୍ଷେତ୍ରରେ ସ୍ବାମୀଙ୍କର ସଫଳତାକୁ ନେଇ ସେ ଗର୍ବିତ।

ସୋଏବ କହିଛନ୍ତି ‘ମୁଁ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟରୁ ଅବସର ନେଉଛି । ମୁଁ କିଛି ବର୍ଷ ପୂର୍ବରୁ ନିଷ୍ପତ୍ତି ନେଇଥିଲି ଯେ, ବିଶ୍ୱକପରେ ପାକିସ୍ତାନର ଶେଷ ମ୍ୟାଚରେ ଅବସର ନେବି । ଏହାପରେ ନିଜ ପରିବାର ସହିତ ଅଧିକ ସମୟ ବିତାଇବାକୁ ସୁଯୋଗ ମିଳିବ । ଏଥି ସହିତ ଟି-୨୦ ଫର୍ମାଟରେ ମଧ୍ୟ ଭଲ ପ୍ରଦର୍ଶନ କରିହେବ ।’ ଏହି ଅବସରରେ ସୋଏବ ଟୁଇଟରରେ ନିଜର ପରିବାର, ବନ୍ଧୁ, କୋଚ ଗଣମାଧ୍ୟମ ଓ ପ୍ରଶଂସକମାନଙ୍କୁ ବି ଧନ୍ୟବାଦ ଜଣାଇବାକୁ ଭୁଲି ନାହାନ୍ତି।

By amfnews

Related Post