Tue. Nov 5th, 2024
145 Views

ପ୍ରଶାନ୍ତ ପଟ୍ଟନାୟକ

ସମ୍ପ୍ରତି ରାଜ୍ୟରେ ଚତୁର୍ଥ ଓ ଶେଷ ପର୍ଯ୍ୟାୟର ନିର୍ବାଚନ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟ ତିନିଗୋଟି ଯାକ ଦଳର ନେତୃବର୍ଗର ପାର୍ଥୀମାନେ ବିଜୟ ପାଇଁ ଆପ୍ରାଣ ଚେଷ୍ଟାରତ ଅଛନ୍ତି । ସବୁଦଳର ନେତାମାନେ ସେମାନଙ୍କ ପ୍ରାର୍ଥୀମାନଙ୍କ ବିଜୟ ପାଇଁ ଜନସାଧାରଣଙ୍କ ନିକଟରେ ବିପକ୍ଷ ଦଳ ଓ ଏହାର ପ୍ରାର୍ଥୀମାନଙ୍କୁ କଟୁ ସମାଲୋଚନା କରିବା ସହ ନିଜ ଦଳର ଗାରିମା ଗାନ କରି ଚାଲିଛନ୍ତି ।
ରାଜ୍ୟରେ ୧୯ ବର୍ଷଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଏବଂ କେନ୍ଦ୍ରରେ ବିଗତ ୫ବର୍ଷ ଧରି ଶାସନ ଗାଦିରେ ଥିବା ବିଜେପି ଦଳ ଓ ଦେଶର ସର୍ବପୂରାତନ କଂଗ୍ରେସ ଦଳର ନେତାମାନେ ନିଜନିଜ ପ୍ରାର୍ଥୀମାନଙ୍କ ବିଜୟ ପାଇଁ ଜତ୍ପୋରନାସ୍ତି ଉଦ୍ୟମ ଅବ୍ୟହତ ରଖିଛନ୍ତି ।

ଏହି ନିର୍ବାଚନରେ ଓଡ଼ିଶା ବିଧାନସଭା ୧୪୭ଗୋଟି ଆସନ ମଧ୍ୟରୁ ଅନୁନ୍ୟ ୧୨୦ଗୋଟି ଆସନରେ ବିଜୟ ହାସଲ କରି ବିଜେପି ଦଳ ରାଜ୍ୟର ଶାସନ୍ ଗାଦି ଦଖଲ କରିବ ବୋଲି ଏହାର ଜାତୀୟ ସଭାପତି ଶ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବହୁ ମାସ ପୂର୍ବରୁ ଘୋଷଣା କରିସାରିଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଧାନସଭାର ୧୪୭ଗୋଟି ଆସନ ମଧ୍ୟରୁ ବିଜୁ ଜନତା ଦଳ ୧୧୭, କଂଗ୍ରେସ ୧୬, ଭାରତୀୟ ଜନତା ପାର୍ଟି ୧୦, ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ୧, ସ୍ୱାଧିନ ଓ ଅନ୍ୟମାନେ ୩ଗୋଟି ଆସନରେ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ଯେଉଁଦଳ ଅନୁନ୍ୟ ୭୪ଗୋଟି ଆସନରେ ବିଜୟୀ ହେବ ସେହି ଦଳହିଁ ସରକାର ଗଠନ ପାଇଁ ଯୋଗ୍ୟ ବିବେଚିତ ହେବ ।

ରାଜ୍ୟରେ କଂଗ୍ରେସ ଦଳର ସ୍ଥିତି ଯାହା ସେଥିରେ ଏହା ଓଡ଼ିଶାରେ ସରକାର ଗଠନ କରିବାର ସମ୍ଭାବନା ନଥିବାରୁ ମୁଖ୍ୟତଃ ବିଜେପି ଓ ବିଜେଡ଼ି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ପରିଲକ୍ଷିତ ହେଉଛି । ବିଜେପି ଦଳ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୟ ସଂକଳ୍ପ ଯାତ୍ରାମାନ ଆୟୋଜନ କରି ନବୀନଙ୍କ ବିରୁଦ୍ଧରେ କ୍ରମାଗତ ଭାବରେ ବିଷୋଦଗାର କରିଚାଲିଛନ୍ତି । ଏହି ଦଳ ଶାସନ କ୍ଷମତାକୁ ଆସିଲେ ‘ଓଡ଼ିଶାକୁ ଲୁଟିଥିବା ବିଜେଡ଼ି ସରକାରକୁ ଉଚିତ ଜବାବ ମିଳିବ’ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।
ସେହିଭଳି କଂଗ୍ରେସ ଶାସନ କ୍ଷମତାକୁ ଆସଲେ ୨୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଚାଷିଙ୍କ ପାଇଁ ନୂଆ ଆଇନ୍ ଧାନ କ୍ୱିଣ୍ଟାଲ୍ ୨୬ଶହ ଟଙ୍କା ଏବଂ ଓଡ଼ିଶାର ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପର ଘୋଷଣା କରିଛନ୍ତି ।

ବିଜେପି ଦଳର କ୍ଷମତା ଲିପ୍ସାକୁ ପଦାରେ ପକାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ‘ବିପଦ ବେଳେ ପ୍ରଧାନମନ୍ତ୍ରୀ ଦେଖା ଦେଲେନି ଏବେ ଭୋଟ ପାଇଁ ମାସରେ ୧୦ଥର ଆସିଲେଣି ରାଜ୍ୟବାସୀ ନୁହନ୍ତି ବିଜେପି ପାଇଁ କେବଳ ଭୋଟ ହିଁ ମୂଲ୍ୟବାନ୍’ ।

ନବୀନ ସରକାରଙ୍କୁ ବିଜେପି ନେତାମାନେ ଅପାରଗ ବୋଲି ଅଭିଯୋଗ କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଓଡ଼ିଶାର ପରିଚୟ ବୋଲି ବିଜେଡ଼ି ଦଳ ଦାବି କରିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ନେତୃତ୍ୱାଧିନ ବିଜେଡ଼ି ସରକାରଙ୍କ ସଫଳତାର ଦୀର୍ଘ ତାଲିକା ଦେଇ କହିଛନ୍ତି, ‘ମୋ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ପାଇଁ ହୋଇଛି ଜାତିସଘଂ ଦ୍ୱାରା ପୁରସ୍କୃତ, ମୋ ଓଡ଼ିଶା ଆଜି ସାରା ଦେଶକୁ ଯୋଗାଉଛି ଖାଦ୍ୟ ସୁରକ୍ଷା, ମୋ ଓଡ଼ିଶା କାଳିଆ ଯୋଜନା କରି ସାରା ଦେଶକୁ ଦେଖାଇଛି ବାଟ, ମୋ ଓଡ଼ିଶା ସୃଷ୍ଟି କରିଛି ୪ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଏବଂ ୬ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ’ ।

ବିଜେଡ଼ି ଦଳ ତରପରୁ ମୁଦ୍ରିତ ଗଣମାଧ୍ୟମରେ ପ୍ରସାରିତ ଏକ ବିଜ୍ଞାପନରେ ଉଲ୍ଲେଖ କରାଯାଇଛି ‘ମୋ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦେଶର ଶ୍ରେଷ୍ଠ ପ୍ରଶାସକ, ମୋ ଓଡ଼ିଶା ସଫଳତାର ସହ ଆୟୋଜନ କଲା ବିଶ୍ୱକପ୍ ହକି, ମୋ ଓଡ଼ିଶା ଦକ୍ଷତା ବିକାଶର ୧ ନମ୍ବର, ମୋ ଓଡ଼ିଶା ମହିଳା ସଶକ୍ତିକରଣ ପାଇଁ ପାଇଛି ଜାତିସଙ୍ଘ ପୁରସ୍କାର, ମୋ ଓଡ଼ିଶା ଜମି ଅଧିକାର ଦେବାରେ ୧ନମ୍ବର, ମୋ ଓଡ଼ିଶା ମୁଖ୍ୟମନ୍ତ୍ରୀ ସାରା ଦେଶର ଆଦର୍ଶ ।’

ଏହି ବିଜ୍ଞାପନରେ ଯାହାସବୁ ଉଳ୍ଲେଖ କରାଯାଇଛି ତାହା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସଫଳତାର ତଥ୍ୟ ଭିିିର୍ତ୍ତୀକ ବିବରଶୀ ହୋଇଥିବାରୁ ବିଜେପି ଦଳ ତଥ୍ୟ ସହ ଏସବୁ ଦାବିକୁ ଅଦ୍ୟାବଧି ଖଣ୍ଡନ କରିନାହାନ୍ତି ।
ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପ୍ରତିଦ୍ୱନ୍ଦିମାନଙ୍କ ବିରୁଦ୍ଧରେ ଓ ନିଜର ପାରିବା ପଣିଆ ସପକ୍ଷରେ ଯାହା କହିଲେ ମଧ୍ୟ ବାସ୍ତବରେ ଦେଖିବାକୁ ଗଲେ ରାଜ୍ୟର ଜନସାଧାରଣ ହେଉଛନ୍ତି ପ୍ରକୃତ ବିଚାରକ ବା ନିର୍ଣ୍ଣୟକର୍ତ୍ତା । ସେମାନେ ଯାହା ଅଙ୍ଗେ ନିଭାଇଛନ୍ତି ବା ଅନୁଭବ କରିଛନ୍ତି ସେହି ଅନୁଭୂତିକୁ ନେଇ ସେମାନେ ନିଶ୍ଚିତ ଭାବରେ ଦଳ ଓ ପ୍ରାର୍ଥୀମାନଙ୍କୁ ବାଛିବେ ଏଥିରେ ସନ୍ଦେହ ନାହିଁ ।

By amfnews

Related Post