Sun. Mar 8th, 2026

ଅନୁଭବଙ୍କ ନାଁରେ ଅଭିଯୋଗ ମାମଲା: ସସ୍ମିତାଙ୍କ ବୟାନ ରେକର୍ଡ, ଆହୁରି ଆଣିଲେ ସଂଘାତିକ୍ ଅଭିଯୋଗ

195 Views

କଟକ : ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମହିଳା ସାମ୍ବାଦିକ ଆଣିଥିବା ଅଭିଯୋଗ ମାମଲାରେ ଆଜି କଟକ JMFC କୋର୍ଟରେ ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କୋର୍ଟଙ୍କ ସମ୍ମୁଖରେ ସସ୍ମିତା ତାଙ୍କର ବୟାନ ରଖିଛନ୍ତି। ଏହି ସମୟରେ ପୁରୀଘାଟ ପୁଲିସ୍‌ ଏବଂ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ।

ଗତ ଦୁଇ ଦିନ ତଳେ ମହିଳା ସାମ୍ବାଦିକ ଜଣକ ପୁରୀଘାଟ ଥାନାରେ ଧାରଣାରେ ବସିଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବା ଏବଂ FIR ଏପଟ ସେପଟ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ। ସାଂସଦ ଅନୁଭବ ମହାନ୍ତିଙ୍କ ଚାପରେ ପୁଲିସ୍‌ ଏପରି କରିଥିବା ସେ ଅଭିଯୋଗ କରିଥିଲେ।

ସୂଚନାଥାଉ କି, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ କମେଣ୍ଟ ମାରୁଥିବା ନେଇ ସସ୍ମିତା ଗତ ଜୁନ ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଏହି ସମୟରେ ଅନୁଭବ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସେ ଅଭିଯୋଗ କରିଥିଲେ। ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସସ୍ମିତା ନ୍ୟାୟ ଦାବି କରି ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣାରେ  ବସିଥିଲେ। ତେବେ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ପୂର୍ବରୁ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଖଣ୍ଡନ କରିସାରିଛନ୍ତି।

By amfnews

Related Post