Fri. Dec 27th, 2024

ଅନୁଗୁଳ ସଡ଼କ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୪, ୮ ଆହତ ଓ ୨ ଗୁରୁତରଙ୍କ ଚିକିତ୍ସା ଜାରି

By amfnews Dec 9, 2018 #Featured
216 Views

ଭୁବନେଶ୍ୱର, ଡିସେମ୍ବର ୦୯ : ଜାତୀୟ ରାଜପଥ ୫୫ ନମ୍ବରରେ ଶନିବାର ରାତି ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ  ମୃତ୍ୟୁ ସଂଖ୍ୟା ୪ରେ ପହଂଚିଛି । ଘଟଣା ସ୍ଥଲରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ବଡ଼ମେଡିକାଲରେ ବିନୟ କୁମାର ସାହୁଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏସସିବିରେ ଅନ୍ୟ ୨ଜଣଙ୍କ ଚିକିତ୍ସା ଜାରି ରହିଛି । ସେହିପରି ଏହି ଦୁର୍ଘଟଣାରେ ୮ ଜଣ ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । 

ରିପୋର୍ଟ ଅନୁସାରେ ଏକ ସବାରୀ ଗାଡ଼ି ‘ୱିଞ୍ଜର’ରେ ବଅଁରପାଳ ଅଂଚଳର କିଛି ଲୋକ କୋରାପୁଟରୁ ନିଜ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ କତଡ଼ା ନିକଟରେ ଦ୍ରୁତ ଗତିରେ ଯାଉଥିବା ଟ୍ରକ ଶକ୍ତ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି । 

ସବାରୀ ଗାଡ଼ ରାତି ପାଖାପାଖି ୧ଟାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବଲାସିଂଘା ଗ୍ରାମର ସର୍ବେଶ୍ୱର ପ୍ରଧଶନଙ୍କ ପୁଅ ଧରଣୀଧର ପ୍ରଧାନ (୫୫), ବେଣୁଧର ସାହୁଙ୍କ ପୁଅ ଅରୁଣ କୁମାର ସାହୁ (୪୫) ଓ ତୁଳସୀପାଳ ଗ୍ରାମର ଭୋଲେଶ୍ୱର ସାହୁଙ୍କ ପୁଅ ଶିବରାମ ସାହୁ (୪୫)ଙ୍କ ମୃତ୍ୟୁ ଘଟିଛି । ସେହିପରି ଗୁରୁତର ଭାବରେ ଆହତ ବିନୟ କୁମାର ସାହୁ, ରବୀନ୍ଦ୍ର ସାହୁ, ଡ୍ରାଇଭର ସିଲୁଙ୍କୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣାରେ ଆହତ ଅନ୍ୟବ୍ୟକ୍ତିମାନେ ହେଲେ ମହେଶ୍ୱର ସାହୁ, ମନୋଜ ମିଶ୍ର, ଗୌତମ ସାହୁ, ଆଦିବନ୍ଧୁ ସାହୁ, ଗୌର ସାହୁ, ବିଶେଶ୍ୱର ସାହୁ, ବିଜୟ ସାହୁ ଓ ପ୍ରସନ୍ନ ପ୍ରଧାନ । ଦୁର୍ଘଟଣା ସଂପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । 

By amfnews

Related Post