Fri. Mar 6th, 2026

ଅନାଥ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା!

349 Views

ରା.ଉଦୟଗିରି : ବାପାମା’ ଛେଉଣ୍ଡ ଜଣେ ଅନାଥ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଝିଅଟି ନାବାଳିକା। କିଛି ଯୁବକ ତାଙ୍କୁ ହତ୍ୟା ପରେ ପୋଡ଼ି ଦେଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌ର ଦୁର୍ଗମ ପଞ୍ଚାୟତ ପୁରୁଣାପାଣିର ଝାଟିକାବାଡ଼ରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ପୁଲିସ୍‌ ପାଖରେ ଏ ନେଇ ଖବର ନଥିବାବେ‌େଳ ଏତଲା ବି ଦାଏର୍‌ ହୋଇନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏହା ହେଉଛି ୨୫ ତାରିଖର ଘଟଣା। ସେଦିନ କିଛି ଯୁବକ ଏହି ନାବାଳିକାକୁ ଉଠାଇ ନେଇଥିଲେ। ଦୁଷ୍କର୍ମ କରିବା ପରେ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଏହାପରେ ପ୍ରମାଣନଷ୍ଟ କରିବାକୁ ଯାଇ ମୃତଦେହକୁ ପୋଡ଼ି ଦେଇଥିଲେ।

ଏହି ଘଟଣାରେ ୧୪ରୁ ୧୫ ଜଣ ଯୁବକ ସ˚ପୃକ୍ତ ଥିବା ମଧୢ ଶୁଣିବାକୁ ମିଳୁଛି। ତେବେ ଏଭଳି ସ୍ପର୍ଶକାତର ଖବର ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଥିଲେ ମଧ୍ୟ ରା.ଉଦୟଗିରି ଥାନାରେ କୌଣସି ସୂଚନା ନଥିବା କିମ୍ବା ଏତଲା ହୋଇ ନଥିବା ପୁଲିସ କହିଛି।

ପୀଡ଼ିତା ଅସହାୟ ଥିବାରୁ ନିକଟ ସ˚ପର୍କୀୟ କିମ୍ବା ଅନ୍ୟ କେହି ପୁଲିସକୁ ଜଣାଇବାକୁ ସାହସ କରିପାରି ନାହାନ୍ତି ବୋଲି କୁହାଯାଉଛି। ତେବେ ଘଟଣାର ସତ୍ୟତା ଜାଣିବା ଲାଗି ପୁଲିସ ନିଜ ଆଡୁ ମଧ୍ୟ କୌଣସି ଉଦ୍ୟମ ନକରିବା ସବୁ ମହଲକୁ ବିସ୍ମିତ କରିଛି।

କିଛିବର୍ଷ ତଳୁ ପୀଡ଼ିତା ନାବାଳିକାର ବାପା, ମାଅଙ୍କ ମୃତ୍ୟୁ ହୋଇଛି। ନାବାଳିକା ଜଣକ ନିଜ ଅବିବାହିତା ବଡ଼ ଭଉଣୀ ସହ ରହୁଥିଲା। ଝାଟିକାବାଡ଼ ଗ୍ରାମ ରା.ଉଦୟଗିରିରୁ ୫୫ କିଲୋମିଟର ଦୂର। ପୁଲିସ ନିକଟରେ ଏ ଖବର ପହଞ୍ଚିଥିଲେ ହେଁ ସତ୍ୟତା ନେଇ ପୁଲିସ ନିଜ ଆଡୁ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

By amfnews

Related Post