Fri. Dec 27th, 2024

ଅନଲାଇନ୍ ଗେମ୍ ହେଲା କାଳ, ଖେଳରେ ହାରିଯିବାରୁ ଜୀବନ ହାରିଲେ ଯୁବକ

By amfnews Jan 18, 2021 #Featured
139 Views

ନୟାଗଡ, ଜାନୁଆରୀ ୧୮ : ବର୍ତମାନ ସମୟରେ ଅନଲାଇନ୍ ଗେମ୍ ଗୁଡିକ ପ୍ରତି ଆଜି କାଲିର ଯୁବପୀଢି ଅଧିକ ଆକୃଷ୍ଟ ହେଉଥିବା ବେଳେ ଏହି ଅନଲାଇନ୍ ଗେମ୍ ଏବେ ସେମାନଙ୍କ ଜୀବନ ପାଇଁ କାଳ ହେବାରେ ଲାଗିଛି ।

ଖେଳର ନିଶା ଏମିତି ଘାରିଛି ଯେ ଖେଳରେ ହାରିବା ଆଉ ସହ୍ୟ କରିପାରୁନାହାନ୍ତି ଯୁବପୀଢି । ଫଳରେ ଶେଷରେ ଏମିତି କିଛି ଚରମ ନିଷ୍ପତି ନେଉଛନ୍ତି ଯାହା ସେମାନଙ୍କ ପରିବାର ଲୋକଙ୍କ କଳ୍ପନା ବାହାରେ ।

ସେମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାରେ । ଜିଲ୍ଲାର ରଣପୁର ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅଧୀନ ପଥରପୁଞ୍ଜି ଗାଁରେ ମାତ୍ର ୧୯ ବର୍ଷର ଏକ ଯୁବକ ଅନଲାଇନ୍ ରେ ଫ୍ରି-ଫାୟାର ଗେମ୍ ଖେଳି ହାରିବା ପରେ ଆତ୍ମହତ୍ୟା କରିଛନ୍ତି ।

ତେବେ ଏହି ଯୁବକ ଜଣଙ୍କ ହେଲେ ଗ୍ରାମର ମନୋରଞ୍ଜନ ଷଡଙ୍ଗୀ । ମନୋରଞ୍ଜନ ପୁରୀର ଏକ ଘରୋଇ କଲେଜରେ ପାଠ ପଢୁଥିବା ବେଳେ ହଷ୍ଟେଲରେ ରହିବା ସମୟରେ ଫ୍ରି-ଫାୟାର ଖେଳ ଆରମ୍ଭ କରିଥିଲେ । ଏଥିରୁ କିଛି ଅର୍ଥ ମଧ୍ୟ ସେ ଉପାର୍ଜନ କରୁଥିଲେ ଯାହା ତାଙ୍କୁ ଏହି ଖେଳ ପ୍ରତି ଅଧିକ ଆକୃଷ୍ଟ କରୁଥିଲା । ତେବେ ଲକଡାଉନ୍ ପରଠାରୁ କଲେଜ ବନ୍ଦ ହୋଇଯିବା ପରେ ଦୀର୍ଘ ୧୦ ମାସ ହେଲା ଘରେ ରହି ଦିନ ରାତି ମନୋରଞ୍ଜନ ଏହି ଖେଳ ଖେଳୁଥିଲେ । 

ଖେଳ ଖେଳି ପଇସା ରୋଜଗାର କରିବାର ନିଶାରେ ଗତ କିଛି ଦିନ ହେବ ମନୋରଞ୍ଜନ ଖେଳରେ ପଇସା ହାରିବା ଆରମ୍ଭ କରିଥିଲେ ଯାହା ତାଙ୍କୁ ମାନସିକ ସ୍ତରରେ ଅଧିକ ବ୍ୟଥିତ କରିଥିଲା । ଏହାପରେ କିଛି ମୋଟା ଅଙ୍କର ଟଙ୍କା ଏହି କେଳରେ ହାରିଯିବାକୁ ମନୋରଞ୍ଜନ ନେଇଥିଲେ ଚରମ ନିଷ୍ପତି । 

ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତ୍ତି କରିଥିଲେ । କିନ୍ତୁ ଗତ କାଲି ମନୋରଞ୍ଜନଙ୍କ ମୃତ୍ୟୁ ହୋଇଥିବା ସୂଚନା ମଳିଛି । 

ଏହି ଘଟଣା ପରେ ଅନଲାଇନ୍ ଗେମ୍ କୁ ନେଇ ନୟାଗଡ ଜିଲ୍ଲାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହି ଗେମ୍ କୁ ବ୍ୟାନ କରିବାକୁ ଦାବି ଜୋର ଧରିଛି ।

By amfnews

Related Post