Mon. Dec 23rd, 2024

ଅନଲକ ୫.୦: ସିନେମା ହଲ ଠାରୁ ଶିକ୍ଷା ପ୍ରତିଷ୍ଠାନ, କ’ଣ ରହିବ କଟକଣା ?

By amfnews Sep 28, 2020 #Featured
174 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ : କୋଭିଡ-୧୯ ପାଇଁ ଜାରି ରହିଥିବା ଅନଲକ ୪.୦ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଯିବ । ଆଗାମୀ ଅକ୍ଟୋବର ୧ ତାରିଖରୁ ଅନଲକ ୫.୦ ଆରମ୍ଭ ହୋଇଯିବ । କିନ୍ତୁ ଅନଲକ ୫.୦ରେ କ’ଣ କଟକଣା ରହିବ ଓ କାହାକୁ କଟକଣା ମୁକ୍ତ କରାଯିବ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କିଛି ଘୋଷଣା କରି ନାହାନ୍ତି । କିନ୍ତୁ ଅନେକ କ୍ଷେତ୍ରରେ କଟକଣା କୋହଳ ହେବ ବୋଲି ଆଶା କରାଯାଉଛି ।

ଗତ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ ବାର୍ତ୍ତା ଜରିଆରେ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଲାଗୁ କରିବା ଲାଗି କହିଥିଲେ । ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସପ୍ତାହରେ ଗୋଟିଏ ବା ୨ ଦିନ ଲକଡାଉନ ଓ କର୍ଫ୍ୟୁ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ । ତେବେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କିଛି ଅନଲକ ୫.୦ରେ କିଛି କଟକଣାକୁ କୋହଳ କରିପାରନ୍ତି ।

ସୂଚନାଯୋଗ୍ୟ, ଅନଲକ ୪.୦ରେ କେନ୍ଦ୍ର ସରକାର ଆଦେଶ ଦେଥିଲେ ଯେ, କୌଣସି ରାଜ୍ୟ ବ୍ୟକ୍ତିଗତ ଭାବେ ଲକଡାଉନ କଟକଣା ଲାଗୁ କରିପାରିବ ନାହିଁ । ଇତି ମଧ୍ୟରେ ମହାରାଷ୍ଟ୍ରରେ ରେଷ୍ଟୁରାଣଟ, ସେଲୁନ, ଜିମ ଖୋଲିଛି । ଅଧିକାଂଶ ଆର୍ଥିକ କାରବାର ସଂସ୍ଥାନ ଖୋଲିଛି । ଅକ୍ଟୋବରରୁ ଆର୍ଥିକ ଗତିବିଧି ଆହୁରୀ ଗତିଶୀଳ ହେବ ବୋଲି ଆଶା କରାଯାଉଛି । ଦେଶରେ ଲକଡାଉନ ଆରମ୍ଭ ହେବା ପରେ ସିନେମା ହଲ, ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । କିନ୍ତୁ କିଛି ରାଜ୍ୟରେ ସାମାନ୍ୟ କିଛି ଶିକ୍ଷାନୁଷ୍ଠାନ କୋଭିଡ-୧୯ ଗାଇଡଲାଇନ ଅନୁସାରେ ଖୋଲିଛି । ସେହିପରି କିଛି ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ମଧ୍ୟ ଧୀରେ ଧରେ ଖୋଲିବାରେ ଲାଗିଛି ।

By amfnews

Related Post