Tue. Dec 24th, 2024

ଅନଲକ-୪ରେ ସ୍କୁଲ ଯିବେ ୫୦% ଶିକ୍ଷକ

By Prasanta Patnaik Aug 30, 2020 #Featured
211 Views

ନୂଆଦିଲ୍ଲୀ, ଅଗଷ୍ଟ ୩୦ : ସମଗ୍ର ବିଶ୍ୱ ସହିତ ଭାରତରେ ମଧ୍ୟ କରେନାର ପ୍ରକୋପ ଜାରି ରହିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ଶନିବାର ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୨ ପହଂଚିଥିବା ବେଳେ ଗୃହ ମନ୍ତ୍ରାଳୟ ତରଫରୁ ଅନଲକ-୪ ନେଇ ଗାଇଡଲାଇନ ଜାରି ହୋଇଛି । ଗୃହ ମନ୍ତ୍ରାଳୟ ପକ୍ଷରୁ ନୂତନ ଗାଇଡଲାଇନରେ କୁହାଯାଇଛି, ଆଗାମୀ ସେପ୍ଟେମ୍ବର ୨୧ ତାରିଖ ଠାରୁ ୫୦ ପ୍ରତିଶତ ଶିକ୍ଷକ ସ୍କୁଲ ଯିବେ । ସେହିପିରି ୯ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆବଶ୍ୟକ ପଡ଼ିଲେ ପରାମର୍ଶ ପାଇଁ ସ୍କୁଲ ଯାଇପାରିବେ । ସେପ୍ଟେମ୍ବର ୨୧ରୁ ଟେକନିକାଲ ଏବଂ ପ୍ରଫେସନାଲ ପୋଷ୍ଟ ଗ୍ରାଜୁଏଶନ ଛାତ୍ରଛାତ୍ରୀ ଏବଂ ପିଏଚଡି ଅଧ୍ୟୟନ ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଳାଯାଇପାରିବ ।

ସେପ୍ଟେମ୍ବର ୭ତାରିଖରୁ ମେଟ୍ରୋ ସେବା ପୁଣି ଥରେ ଆରମ୍ଭ ହୋଇଯିବ । ଏ ନେଇ ଦିଲ୍ଲୀ ମେଟ୍ରୋ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଲାଗି ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରିଛି । ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ପାଳନ କରବାକୁ ହେବ । ପୂର୍ବ ତୁଳନାରେ ମେଟ୍ରୋ ଟ୍ରେନ ଅଧିକ ସମୟ ଅଟକିବ । ଅନଲକ-୪ ଦିନକ ପରେ ଲାଗୁ ହୋଇଯିବ । ସୂଚନାଯୋଗ୍ୟ, ମେଟ୍ରୋ ସେବା ଗତ ମାର୍ଚ୍ଚ ୨୨ ତାରିଖ ଠାରୁ କରୋନା କଟକଣା ଯୋଗୁଁ ବନ୍ଦ ପଡ଼ିଛି ।

ନୂଆ ଗାଇଡଲାଇନ ଅନୁସାରେ କଣ୍ଟେନମେଣ୍ଟ ଜୋନ ପାଖରେ ଅଧିକ କୋହଳ ରହିବ । ଏହା ବ୍ୟତୀତ ଏୟାର ଥିଏଟରକୁ ଛାଡ଼ି ସିନେମା ହଲ, ସୁଇମିଂପୁଲ ଓ ଥିଏଟର ସେପ୍ଟେମ୍ବର ୩୦ ଯାଏଁ ବନ୍ଦ ରହିବ । ସାମାଜିକ, ଶିକ୍ଷାନୁଷ୍ଠାନ, ଖେଳ, ମନୋରଂଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାରୋହ ଏବଂ ଅନ୍ୟ ସମାଗମରେ ୧୦୦ ଜଣ ଲୋକ ଉପସ୍ଥିତ ରହିପାରିବେ । କିନ୍ତୁ ଏହି ନିୟମ ସେପ୍ଟେମ୍ବର ୨୧ରୁ ଲାଗୁ ହେବ । ଭାରତ ସରକାର ଅନଲକ-୪ ଗାଇଡଲାଇନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି କରିଛନ୍ତି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post