Sat. Nov 2nd, 2024

ଅନଲକ-୩: ଆଜିଠାରୁ ଏହିସବୁ ଜିନିଷରେ ପରିବର୍ତ୍ତନ, ବଢ଼ିବ ଆପଣଙ୍କ ଆର୍ଥିକ ବୋଝ

By amfnews Aug 1, 2020 #Featured
165 Views

ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡ଼ିଶା): ଆଜିଠାରୁ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ । ଫଳରେ ଆପଣଙ୍କୁ ଆର୍ଥିକ ବୋଝ ବୋହିବାକୁ ପଡ଼ିବ । ବ୍ୟାଙ୍କ ଖାତା, ରୋଷେଇ ଗ୍ୟାସ ଠାରୁ ଆରମ୍ଭ କରି ଗାଡ଼ି ବୀମା ଉପରେ ଆପଣଙ୍କର ପରିବର୍ତ୍ତନ ଆଣିବ । କରୋନା ସଂକଟ ସମୟରେ ଆପଣ ଅଗଷ୍ଟ ମାସ ପାଇଁ ଯୋଜନା କଲେ ଆର୍ଥିକ ସଂକଟରୁ ବର୍ତ୍ତିପାରିବେ । ଆପଣ ଜାଣିପାରିବେ କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଗଷ୍ଟ ୧ରୁ ସମଗ୍ର ଦେଶରେ ଅନଲକ୩.୦କୁ ଲାଗୁ କରିଛନ୍ତି । ଏଥିରେ କଣ୍ଟେନମେଣ୍ଟ ଜୋନ ବାହାର କିଛି ଗତିବିଧି ସକ୍ରିୟ ରହିବାକୁ ଅନୁମତି ଦେଇଛନ୍ତି । କଣ୍ଟେନେମେନ ଜୋନ ଅଗଷ୍ଟ ୩୧ ଯାଏଁ ଲକଡାଉନ ରହିବ । ଅନଲକ ୩.୦ରେ ଜିମ ଓ ଯୋଗ କେନ୍ଦ୍ର ଖୋଲିବ । ଏ ନେଇ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ମାତ୍ର ସିନେମା ହଲ, ସୁଇମିଂ ପୁଲ, ମନୋରଂଜନ ପାର୍କ, ବାର, ଅଡିଟୋରିୟମ, ମେଟ୍ରୋ, ଏସେମ୍ବ୍ଲି ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ।

-ଅଗଷ୍ଟ ମାସରେ ରୋଷେଇ ଗ୍ୟାସ ବଢ଼ିବ ନାହିଁ । 

-ଅଗଷ୍ଟ ମାସରେ ଅତିକମରେ ସଂଚିତ ରାଶି ଉପରେ ଚାର୍ଜ ଲଗାଇଛନ୍ତି । ତିନି ଥର ଟଙ୍କା ଉଠାଣ ପରେ ଚାର୍ଜ ଲାଗିବ । କିଛି ବ୍ୟାଙ୍କ ପୂର୍ବ ତୁଳନାରେ ଅଧିକ ଖାତାରେ ଅଧିକ ରାଶି ରଖିବାକୁ ପରାମର୍ଶ ଦେଇଛନ୍ତି । 

-ଇ-କମର୍ସ କଂପାନୀକୁ ଅଗଷ୍ଟ ୧ ତାରିଖ ଠାରୁ ଉତ୍ପାଦର ମୂଳ ସ୍ଥାନ କହିବାକୁ ହେବ । ଉତ୍ପାଦ କେଉଁଠି ଓ କିଏ କରିଛନ୍ତି, ତାହା ଉଲ୍ଲେଖ କରିବାକୁ ପଡ଼ିବ । ଏହା ଫ୍ଲିପକାର୍ଟ, ମନ୍ତ୍ରା ଓ ସ୍ନାପଡିଲ ଭଳି ଇ-କମର୍ସ କଂପାନୀ ପାଇଁ ଉଦ୍ଦିଷ୍ଟ । 

-ମୋଦୀ ସରକାର ଅଗଷ୍ଟ ୧ ତାରିଖ ଠାରୁ ଚାଷୀଙ୍କ ଖାତାରେ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ୨୦୦୦ ଟଙ୍କା ଦେବେ । 

-ଦେଶବ୍ୟାପୀ ବ୍ୟାପିଥିବା କରୋନା ସଂକଟ ମଧ୍ୟରେ କେନ୍ଦ୍ର ସରକାର ଆତ୍ମ ନିର୍ଭର ଭାରତ ପ୍ୟାକେଜ ବଳରେ ଚାକିରିଆଙ୍କ ପାଇଁ ପିଏଫ ଘୋଷଣା କରିଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇପିଏଫ ୨୪ ପ୍ରତିଶତରୁ ୨୦ ପ୍ରତିଶତ କରିଥିଲେ । କିନ୍ତୁ ଅଗଷ୍ଟ ୧ରୁ ପୂର୍ବ ଭଳି ପୁଣି ପିଏଫ କଟିବ । 

By amfnews

Related Post