Sat. Mar 7th, 2026

ଅନନ୍ତ କୁମାରଙ୍କ ନିଧନକୁ ନେଇ କ୍ୟାବିନେଟରେ ବିଶେଷ ବୈଠକ ଡାକି ପାରନ୍ତି ନରେନ୍ଦ୍ର ମୋଦୀ

226 Views

ନୂଆଦିଲ୍ଲୀ, ନଭେମ୍ବର ୧୨ :ବରିଷ୍ଠ ମନ୍ତ୍ରୀ ଅନନ୍ତ କୁମାରଙ୍କ ନିଧନରେ ଶୋକ ବ୍ୟକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଏକ ବିଶେଷ ବୈଠକ ଡାକିବେ ବୋଲି ଅଧିକାରୀକ ସୂତ୍ରରୁ ସୂଚନା ମିଳିଛି । ଅନନ୍ତଙ୍କ ନିଧନରେ ଶୋକ ପ୍ରକଟ ଏବଂ ତାଙ୍କ ଯୋଗଦାନ ବିଷୟରେ ପ୍ରଶଂସା କରିବା ପାଇଁ ଏହି ପ୍ରସ୍ତାବ ପାରିତ କରାଯାଇଛି । ତେବେ କେନ୍ଦ୍ର ମନ୍ତ୍ରୀ ଗୋପିନାଥ ମୁଣ୍ଡେ ଏବଂ ମାଧବ ଦବେଙ୍କ ନିଧନରେ ମଧ୍ୟ ଏହିଭଳି ବୈଠକ ଡକା ଯାଇଥିଲା ।

ସୂଚନାନୁଯାୟୀ, ଅନନ୍ତ କୁମାର କିଛି ମାସ ହେବ କ୍ୟାନସରରେ ପୀଡିତ ଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଆରଏସଏସର କାର୍ଯ୍ୟକର୍ତା ଏବଂ ଜଣେ ପ୍ରଖ୍ୟାତ ରାଜନୀତିଜ୍ଞ ଭାବେ ଅନନ୍ତଙ୍କ ଭୂମିକା ଅତୁଳନୀୟ । ତେଣୁ ଆଜି ତାଙ୍କ ସମ୍ମାନରେ ରାଷ୍ଟ୍ରୀୟ ଧ୍ୱଜାକୁ ଅର୍ଦ୍ଧନମିତ କରାଯିବ ବୋଲି ଗୃହ ମନ୍ତ୍ରାଳୟ ଘୋଷଣା କରିଛନ୍ତି । ତେବେ କେନ୍ଦ୍ର ସରକାର ତାଙ୍କର ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରିବେ ।

ଗୃହ ମନ୍ତ୍ରାଳୟର ଜଣେ ପ୍ରବକ୍ତାଙ୍କ ଅନୁଯାୟୀ, ଅନନ୍ତଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ନିଧନ ପରେ ଆଜି ସମ୍ପୂର୍ଣ୍ଣ ଦେଶରେ ରାଷ୍ଟ୍ରୀୟ ଧ୍ୱଜା ଅର୍ଦ୍ଧ ନମିତ ରହିବା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ଏବଂ କର୍ଣ୍ଣାଟକ ସରକାର ଏଥିପାଇଁ ତିନି ଦିନ ପର୍ଯ୍ୟନ୍ତ ରାଜକୀୟ ଶୋକ ଘୋଷଣା କରିଛନ୍ତି । ସେହି ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି କି, ତାଙ୍କ ପରିବାରରୁ ଜଣେ ସଦସ୍ୟ ଆଜି ଚାଲି ଯାଇଛନ୍ତି । ସେ ଦେଶରେ ଜଣେ ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ରୂପରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର ଲୋକମାନଙ୍କୁ ସାହାଯ୍ୟ ସହେଯାଗ କରିବା ଗୁଣ କାରଣରୁ ସେ ବେଙ୍ଗାଲୁରୁବାସୀଙ୍କ ଆଖିର ତାରା ହୋଇ ରହିଥିଲେ ।

By amfnews

Related Post